STORYMIRROR

Kali Kumar

Comedy Classics

4  

Kali Kumar

Comedy Classics

ପ୍ରେମ ଚାଲାଣ

ପ୍ରେମ ଚାଲାଣ

1 min
549

ରାଜ୍ୟ ସରକାରଙ୍କୁ ଗୁହାରୀ, ମିନତୀ, ଅନୁରୋଧ ସାଙ୍ଗେ କରୁଅଛି ଜଣାଣ

ଆଜିକାଲିକା ପ୍ରେମ ପାଇଁ ଧାର୍ଯ୍ୟ କରନ୍ତୁ ଟିକସ

ଆଉ କଟା ହେଉ ଚାଲାଣ,

ଏତିକି ମୁଁ କରୁଅଛି ଜଣାଣ

ଆଜିକାଲିକା ପ୍ରେମ ପାଇଁ ଧାର୍ଯ୍ୟ କରନ୍ତୁ ଟିକସ ଆଉ

କଟା ହେଉ ଚାଲାଣ ।


ପ୍ରେମଟା ଶସ୍ତା ବୋଲି ଏତେ ସବୁ ପାଲା

ଛାତ୍ରଠୁ ଛତ୍ରା ଏଯାଏଁ, ଯିଏ ନାହିଁ ସିଏ ପ୍ରେମ କଲା

କାହାର ପୁଣି ଦୁଇ ତିନିକୁ, କାହାର ଏଠି ଅବସ୍ଥା ଢ଼ିଲା

କିଏ ପୁଣି ଫର୍ମ ପକେଇ ପକେଇ ନାକେ ଦମ୍ ହେଲା

ଆଉ କିଏ ରାତି ଜାଗେ ତେଣେ ମୁଗୁରା ପଛ ମେଲା

ପ୍ରେମଟା ଶସ୍ତା ବୋଲି ଏତେ ସବୁ ପାଲା ।


ଆରେ ପ୍ରେମଟା ଯଦି ହୋଇଥାନ୍ତା ଦାମି,

ନାଇଁ, ନାଇଁ, ପ୍ରେମଟା ଯଦି ହୋଇଥାନ୍ତା ଦାମି

ତା' ଷ୍ଟାଣ୍ଡାର୍ଡ଼ରେ କେବେ କଣ କିଛି ରହିଥାନ୍ତା କମି

ତେଣୁ ପ୍ରେମ ପାଇଁ ଧାର୍ଯ୍ୟ କରନ୍ତୁ ଟିକସ

ଆଉ କଟା ହେଉ ଚାଲାଣ,

ହଁ ଶୁଣ !

ଯଦି ବୁଦ୍ଧି ମିଳୁ ନାହିଁ , ତେବେ କେନ୍ଦ୍ରଠୁ ଆଣ ।


ଶସ୍ତା ଜିନିଷକୁ ବି ଟିକସ ବଳରେ ଦାମି କରିହୁଏ କେମିତି

ଅତି ସହଜ ଉପାୟେ

କିପରି ଧରି ହେବ ଜନତାଙ୍କ ବେକ, ଶଙ୍କିନଳା ଆଉ ତଣ୍ଟି,

ତାହା କେନ୍ଦ୍ରକୁ ଭଲ ଭାବେ ଜଣା ,

ତେଣୁ କେନ୍ଦ୍ରଠୁ ଶିଖିବାରେ କିଆଁ ତୁମ ମନ ଉଣା

ତେଣୁ ଦାମି ଉପାୟଟା ତାଙ୍କଠାରୁ ଶିଖ

ତା' ପରେ ଧରିବ ପ୍ରେମିକ ପ୍ରେମିକାଙ୍କୁ ଭାବି ବ୍ରଏଲର ବେକ ।


ତାଙ୍କ ବେକକୁ ଏମିତି ମୋଡ଼ିବ

ଯେମିତି ଚିହ୍ନ ନ ଥାଇବି ପ୍ରଭାବ ପଡ଼ିବ

ତାପରେ;ଟିକସ ଓ ଚାଲାଣ ଦାଉରେ ବାପାକୁ ମଉସା ଡାକିବ

କାନ ମୁଣ୍ଡ ଆଉଁସି ଆଉ ପ୍ରେମ ନାଁ କେବେ ନ ଧରିବ

ତେଣୁ ପ୍ରେମର ମାନକ ଅକ୍ଷୁର୍ଣ୍ଣ ରଖିବା ପାଇଁ

ଟିକସ ଓ ଚାଲାଣ ଛାଡ଼ ଆଉ କିଛି ଉପାୟ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy