STORYMIRROR

Geeta Sarangi

Abstract Inspirational Others

3  

Geeta Sarangi

Abstract Inspirational Others

ଜୀବନ ଗୀତା-୩୨୦

ଜୀବନ ଗୀତା-୩୨୦

1 min
309


ଜୀବନ କାହାକୁ

ପିନ୍ଧାଏ ସୁନା ମୁକୁଟ

କାହା ଭାଗ୍ୟେ ପୁଣି

ଜାଉଁଳି ବେତର ଛାଟ ॥୦॥

କାହା ଶୋଷ ପାଇଁ ଖଞ୍ଜିଦିଏ

ସୁନାଝରି ପାଣି

କାହାର ଭୋକରେ ପେଟ ନିତି

ହେଉଥାଏ ଟାଣି

ନାହିଁ କାହାର କୁଡିଆ ଘର

କାହାର ପ୍ରାସାଦ

ଦୂଆରେ କଂସା କବାଟ ॥୧॥

କାହା ଦିନ ବିତେ ଅୟସରେ

ଝୁଲାଦୋଳି ଝୁଲି

କାହା ଦିନ ବିତେ ବିକଳରେ

ଘରଘର ବୁଲି

କୋଟିଏ କିଏ ଉଡାଇ ଦିଏ

ଅଣ୍ଟାରେ କାହାର

କଉଡି ଶୂନ୍ୟ କରାଟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract