STORYMIRROR

Geeta Sarangi

Abstract Inspirational

3  

Geeta Sarangi

Abstract Inspirational

ଜୀବନ ଗୀତା-୩୩୨

ଜୀବନ ଗୀତା-୩୩୨

1 min
403


ଜୀବନର ବାସ୍ତବତା

ସେତ ଅନୁଭବ କଥା

ସମୟ ସ୍ୟାହିରେ ଲେଖି ହୋଇଯାଏ

ଜୀବନର ଜୟଗାଥା ॥୦॥

ଜୀବନ ଯାତ୍ରାର ଲମ୍ବା ଗତିପଥ

କେବେ ସିଧା କେବେ ବଙ୍କା

ନିର୍ଭୟ ପାଦରେ ଚାଲେ କେ ରାସ୍ତାରେ

କାହାର ମନରେ ଶଙ୍କା

କିଏ ଧାଉଁଥାଏ କିଏ ଝୁଣ୍ଟୁଥାଏ

କାହାର ଚାଲିବା ଚିନ୍ତା ॥୧॥

କେତେଯେ ଘଟଣା ଅବା ଦୁର୍ଘଟଣା

ଘଟିଯାଏ ପଥପରେ

କାହା ଭାଗ୍ୟଜୋର କିଏବା ନାଚାର

କା ରାସ୍ତା ଅଧାରୁ ସରେ

କିଏ ଜିତିଯାଏ କିଏ ହାରିଯାଏ

କହାର ଫାଟଇ ମଥା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract