STORYMIRROR

Geeta Sarangi

Abstract Inspirational Others

3  

Geeta Sarangi

Abstract Inspirational Others

ଜୀବନ ଗୀତା-୩୩୫

ଜୀବନ ଗୀତା-୩୩୫

1 min
407


ଜୀବନ ଭିତରେ ଦେବତ୍ୱର ସତ୍ତା

ରହିଛି ରହିଥିବ

କୀଟଠୁଁ ପତଙ୍ଗ ସବୁରି ଭିତରେ

ବିଜେ ପରମବ୍ରହ୍ମ ॥୦॥

ଅଂଧାର ଭିତରେ ଆଲୋକ ଥାଏ

ବିଷାଦ ଭିତରେ ଆନନ୍ଦ

ଦୁଃଖର ଭିତରେ ସୁଖ ରହିଥାଏ

ବିଷର ମଧ୍ୟେ ମକରନ୍ଦ

ଅନୁଭବୀ ଏକା ବିପରିତ ସତ୍ତା

କରଇ ଅନୁଭବ ॥୧॥

ନୈରାଶ୍ୟ ଭିତରେ ଆଶାର ଜ୍ୟୋତି

ପାଉଁଶ ତଳର ଅନଳ

ଆତ୍ମାର ଭିତରେ ପରମ ଆତ୍ମା

ପଙ୍କରୁ ଜନମ କମଳ

ମହାନ ଯେ ଆତ୍ମା ଐଶ୍ୱରୀୟ ସତ୍ତା

କରଇ ଅନୁଭବ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract