ମୁକ୍ତି
ମୁକ୍ତି
ଈଶ୍ବର ରଚନା ବଡଇ ମଧୁର,
ନବୁଝେ ଯିଏ ସେ ହୁଅଇ ଅସାର।।
ମାଆ ପୁଅ ସ୍ନେହ ତରୁଣୀର ପ୍ରେମ,
ଭଙ୍ଗା ହୃଦୟର ଅଟେ ସେ ମଲମ।।
ମଳୟ ମହକ ପୀକର କୁହୁକ,
ମନେ ଆଣିଦିଏ କେତେ ଯେ ପୁଲକ।।
ଶରତ ଜୋଛନା ଫୁଲର ବାସନା,
ବିଷାଦେ ଭରଇ ନବ ଉନ୍ମାଦନା ।।
ପକ୍ଷୀର କାକଳି ପାହାଡର ଝର,
ପ୍ରଭୁଙ୍କର ଏ ତ ମଧୁର କନ୍ଦର।।
ମାନବ ଭୂଷଣ ଅଟେ ସଦାଚାର ,
ବଡ ପଣ ନୁହେଁ ଧନ ଅର୍ଜିବାର ।।
ପର ତ୍ୟାଗ ଦ୍ବାରା ଜୀବନ ଧରିଛ,
ନଦୀ ବୃକ୍ଷ ଠାରୁ କି ଅବା ଶିଖୁଛ ।।
କର୍ମ ଫଳେ ତୁହି ମଣିଷ ହୋଇଲୁ
ଅଧର୍ମ ମତିରେ କଦାକାର କଲୁ ।।
ସ୍ନେହ ପ୍ରେମ ତ୍ଯାଗ ଏକ ଏକ ଝର,
ଭଗବାନଙ୍କର କରୁଣା ଅପାର ।।
ପ୍ରଭୁଙ୍କ ଝରକୁ ଚାହିଁ କଲେ ଗତି,
ପାପ ବାରିଧିରୁ ପାଇବୁ ମୁକତି ।।