STORYMIRROR

DR PRASANTA KUMAR BISWAL

Abstract Inspirational

3  

DR PRASANTA KUMAR BISWAL

Abstract Inspirational

ମୁକ୍ତି

ମୁକ୍ତି

1 min
261

ଈଶ୍ବର ରଚନା  ବଡଇ ମଧୁର,

ନବୁଝେ ଯିଏ ସେ ହୁଅଇ ଅସାର।।

ମାଆ ପୁଅ ସ୍ନେହ ତରୁଣୀର ପ୍ରେମ,

ଭଙ୍ଗା ହୃଦୟର ଅଟେ ସେ ମଲମ।।

ମଳୟ ମହକ   ପୀକର କୁହୁକ,

ମନେ ଆଣିଦିଏ କେତେ ଯେ ପୁଲକ।।

ଶରତ ଜୋଛନା ଫୁଲର ବାସନା,

ବିଷାଦେ ଭରଇ ନବ ଉନ୍ମାଦନା ।।

ପକ୍ଷୀର କାକଳି ପାହାଡର ଝର,

ପ୍ରଭୁଙ୍କର ଏ ତ ମଧୁର କନ୍ଦର।।

ମାନବ ଭୂଷଣ ଅଟେ ସଦାଚାର ,

ବଡ ପଣ ନୁହେଁ ଧନ ଅର୍ଜିବାର ।।

ପର ତ୍ୟାଗ ଦ୍ବାରା ଜୀବନ ଧରିଛ,

ନଦୀ ବୃକ୍ଷ ଠାରୁ କି ଅବା ଶିଖୁଛ ।।

କର୍ମ ଫଳେ ତୁହି ମଣିଷ ହୋଇଲୁ

ଅଧର୍ମ ମତିରେ କଦାକାର କଲୁ ।।

ସ୍ନେହ ପ୍ରେମ ତ୍ଯାଗ ଏକ ଏକ ଝର,

ଭଗବାନଙ୍କର  କରୁଣା ଅପାର ।।

ପ୍ରଭୁଙ୍କ ଝରକୁ ଚାହିଁ କଲେ ଗତି,

ପାପ ବାରିଧିରୁ ପାଇବୁ ମୁକତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract