STORYMIRROR

DR PRASANTA KUMAR BISWAL

Inspirational Thriller Children

4  

DR PRASANTA KUMAR BISWAL

Inspirational Thriller Children

କବିର ବ୍ୟଥା

କବିର ବ୍ୟଥା

1 min
17

କବିର ବ୍ୟଥା=
===========
କବି ପରା ତୁମେ କବିତା ଲେଖୁଛ 
ମନର କାହାଣୀ କଲମ ଧାରେ,
ଲେଖି କି ପାରିବ ଯାହା ମୁଁ ଭୋଗୁଛି 
କହିବି ଯଦି ମୁଁ ତୁମ ଆଗରେ?
ମଣିଷ ହୋଇ ସେ ଛାଡି ତା ପ୍ରକୃତି 
ପଶୁ ଭଳି ଗୁଣ ଆଚରି ଥାଏ 
ରାକ୍ଷସ ଭଳି ତା ଇନ୍ଦ୍ରିୟ ଲାଳସା 
ଧିରେ ଧିରେ କାୟା ପ୍ରସାରିଯାଏ।
ଦୁର୍ବଳ ଉପରେ ସବଳ ରାଜୁତି 
କେତେକାଳ ଏ ମଣିଷ ସହିବ,
ତେଲିଆ ମୁଣ୍ଡରେ ତେଲ ଢଳା ହୁଏ 
ଅଭାବି ସଦା ନୁଖରା ରହିବ?
ଆଜିର ସମାଜ ବିଜ୍ଞାନର ଯୁଗ 
ଶିକ୍ଷିତ ସକଳେ ଏଦେଶ ଲୋକ 
ତଥାପି କାହିଁକି ଭ୍ରଷ୍ଟାଚାର ବଢେ 
ଆଶ୍ରୟ ଲାଗି ପ୍ରୋଢ଼ ମାଗେ ଯେ ଭିକ।
ନାରୀଟିଏ ଆଜି ସୁରକ୍ଷିତ ନୁହେଁ 
କଞ୍ଚା ମାଂସ ଲୋଭି ମଣିଷ ଭିଡ଼,
ଉପରି ପାଇଁକି ସକଳେ ବିକଳ 
ବିଧି ବାମ, କ୍ଷେତ ଖାଉଚି ବାଡ।
ପ୍ରତିବାଦ ଯଦି କରିବ କେ ଥରେ 
କଣ୍ଟକିତ ହୁଏ ଜୀବନ ତାର 
ଅଫିସର ଠାରୁ ସାହୁକାର ଯାଏ 
ପ୍ରାଣ ନିଅନ୍ତି ପ୍ରତି ମୁହୂର୍ତ୍ତର ।
ଯନ୍ତ୍ର ଯୁଗର ମନ୍ତ୍ର କେ କରିଛି 
ଆଜିର ସମାଜେ ମଣିଷ ସବୁ 
ଆବେଗର ଶୂନ ମାନବତା ହୀନ 
ମାୟା ଆବେଶେ ଲକ୍ଷ୍ମୀ ଛାଡେ ଭବୁ।
ଆଧୁନିକ ଯୁଗ ସଭ୍ୟତା ବିକାଶ 
ଦେଖିବା ଲାଗି ହୋଇଲି ଠିଆ 
ଯାହା ମୁଁ ଦେଖିଲି ସମାଜର ଗତି 
କାବା ମୁଁ ହୋଇଲି ଥରିଲା ହିଆ।
କେତେ ତପ କରି ଆସିଥିଲି ମୁହିଁ 
ଜୀବନ ମୋହର ସଫଳ ହେବ 
ଆଜି ମୁଁ ଦେଖୁଚି ପଶୁଠାରୁ ହୀନ 
ସମାଜ ଭିତରେ ସକଳ ଜୀବ।
================
ପ୍ରଶାନ୍ତ କୁମାର ବିଶ୍ବାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational