STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ସମୟର ସ୍ୱର

ସମୟର ସ୍ୱର

1 min
10

ସମୟର ସ୍ୱର-- ================
 ମୁଁ ସ୍ଥିତପ୍ରଜ୍ଞ ସ୍ଥବିର,
 ମୁଁ ଅରୂପ ନିରାକାର,
 ମୁଁ ଦାସ ନୁହେଁ ପ୍ରଭୁତ୍ତ୍ୱରେ,
ଅବା ବଶ ନୁହେଁ କାହାରି ମୋହରେ।
 ଦିବାରାତ୍ରି, ସଂଜସକାଳ,
ମାହେନ୍ଦ୍ରବେଳ ଅବା ଅମୃତକାଳ
 ହେଉ ସ୍ଵାଗତ ସମ୍ବର୍ଦ୍ଧନା ଅବା ବିଚ୍ଛେଦ ମୂର୍ଚ୍ଛନାରେ
 ମୋ ଲାଗି ସର୍ବତ୍ର ସମାନ,
ସଦା ଚଳମାନ ଅବିରାମଗତିରେ। ************************
ମୋତେ ସଜାଅ ତୁମ ଇଚ୍ଛାରେ
 ରଙ୍ଗୀନ ଆଲୁଅ ଅବା ରଙ୍ଗବେରଙ୍ଗ ଫୁଲରେ
 ବନ୍ଦାଅ ତୁମ ବିଶ୍ଵାସରେ
ବିବିଧ ପୂଜା ଅର୍ଚ୍ଚନା ଅବା ଜଗନ୍ନାଥଙ୍କ ଦର୍ଶନରେ ।
 କିଏ ପୁଣି ମଦମାଂସ ଆସରରେ
ଅବା ଖିରିପୁରିର ଆଡ଼ମ୍ବରରେ,
ମୁଁ କିନ୍ତୁ ଚଳମାନ ଅବିରାମ ଗତିରେ। ***********************
ତୁମେ ଇତିହାସ ଲେଖ
 ତୁମର ଶାସନ କାଳକୁ,
 ଜିତିବା ଆଉ ସଫଳତାର ମୋହରେ
 କାହାଲାଗି ସ୍ବପ୍ନ ଏଠି ବାଲିଘର
 ଆଶା ମରୀଚିକା ତୃଷାର୍ତ୍ତ ହୃଦୟରେ,
ଦୁଃଖ ଯେବେ କୂଳ ଲଂଘିଯାଏ ଜୀବନ ସରହଦରେ, କୋହମିଶା ଇତିହାସ ଲେଖେ ସେ ଜୀବନ ଫର୍ଦ୍ଦରେ,
 ମୁଁ କିନ୍ତୁ ଚଳମାନ ଅବିରାମ ଗତିରେ। **********************
ମୋ ଛୁଆଁରେ ଆସେନି କେବେ ଦୁଃଖ ଅବା ସୁଖ ,
 ଚନ୍ଦ୍ରର ଶିତଲତା ଅବା ସୂର୍ଯ୍ୟର ମୟୂଖ,
ବଦଳି ଯାଏନି କେବେ ଭଙ୍ଗା କୁଡିଆ ଯେତେସବୁ
 ମାର୍ବଲ ମହଲରେ,
ମୁଁ ଏକ ଯାଦୁ ଛଡି ନୁହେଁ ଯେ
 ବଦଳେଇଦେବି କଳୁଷିତ ଆତ୍ମାକୁ
 ପବିତ୍ର ଦିବ୍ୟତ୍ମାରେ।
ମୁଁ କିନ୍ତୁ ନୀରବ ଦ୍ରଷ୍ଟା କେବଳ ଚାଲିଥାଏ,
ଅବିରାମ ଗତିରେ।
***********************
 ଭଲ ଅବା ମନ୍ଦ ହୁଏନି କେବେ
 କାହା ଆଗମନରେ,
 ଯେତେ ସବୁ ସରସବିରସ
 ଦୁଃଖସୁଖ, ଜୟପରାଜୟ,
ନଥାଏ କାହା ହାତ ପରଶରେ
 *ଯେତେ ଯାତନା,ଯେତେ ଉନ୍ମାଦନା
 ଥାଏ କିନ୍ତୁ ତୁମ ଅନ୍ତର ଆତ୍ମାରେ,
ନିଜକୁ ଚିହ୍ନିଲେ ଅଡ଼ୁଆ ତୁଟିବ
 ଫିଟିବ ସବୁ ବନ୍ଧନ ଅଚିରେ,*
ଜୀବନ ହେବ ଉତ୍ସବମୟ ଅମୃତ ବେଳାରେ
ମୁଁ କିନ୍ତୁ ଚାଲୁଛି ,ଚାଲୁଥିବି , ଅବିରାମ ଗତିରେ। ********************* ଡଃ ପ୍ରଶାନ୍ତ କୁମାର ବିଶ୍ବାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics