STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
16

ଅଗଷ୍ଟ ପନ୍ଦର ==========
 ଅଗଷ୍ଟ ପନ୍ଦର ଆସେ ପୁଣି ଯାଏ ଚାଲି
 ପ୍ରତିବର୍ଷ ଆସ ବିବିଧ ଉତ୍ସବ ମେଲି
 ତୁମ ଆଗମନେ ଉଡଇ କେତେ ପତାକା
 ଗାଇ ତୁମଗୁଣ ନେତାଏ ହୁଅନ୍ତି ଥକା
ତୁମ ସମର୍ଦ୍ଧନା ଲାଗି କେତେ ହୁଏ ଭୋଜି
ମାଛ କୁକୁଡ଼ା ଛେଳି କେତେ ଯାଆନ୍ତି ହଜି
 ଜନସେବା ଲାଗି ନେତା ଭାଷଣେ ବିକଳ
 ସଭାଅନ୍ତେ କରନ୍ତି ସେବା ରଙ୍ଗୀନ ବୋତଲ
ବାକ୍ ପଟୁତାରେ ସେ ମୋହନ୍ତି ଜନତାଙ୍କୁ
ସେବା ନାମରେ ସଦା ଲୋଟୁଥାନ୍ତି ଦେଶକୁ
ହାତୀ ଦେବି ଘୋଡ଼ା ଦେବି ଲୋଭେଇ ଦିଅନ୍ତି
 ସିଂହାସନ ଲାଗି କେତେ ମାଗଣା ବାଣ୍ଟନ୍ତି
 ମାଗଣା ଖାଇଣ ଲୋକେ କୋଢ଼ିଆ ସକଳ
 ଚାଷୀ ଚାଷ କରିନପାରି ହୁଏ ବିକଳ
 ଦରଦାମ ଆଜି ବଜାରରେ ହୁ ହୁ ଜଳେ
 ଭ୍ରଷ୍ଟାଚାର ଅନୀତିରେ ସଂସାରଟା ପୁରେ
ଅନାହାରେ ବିକେ ଶିଶୁ ଆଜିର ଜନନୀ
 ଗୋତି ଖଟିଯାଏ ତରୁଣ, କାନ୍ଦେ ତରୁଣୀ
 ଅଗଷ୍ଟ ପନ୍ଦର ଦେଖ ନବକଳେବର
 ତୁମ ସ୍ବପ୍ନ ଠାରୁ ଆଜି କେତେ ଯେ ଅନ୍ତର।
======== ଡଃ ପ୍ରଶାନ୍ତ କୁମାର ବିଶ୍ଵାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics