STORYMIRROR

DR PRASANTA KUMAR BISWAL

Action Classics Inspirational

4  

DR PRASANTA KUMAR BISWAL

Action Classics Inspirational

ଦୁର୍ଯ୍ୟୋଧନ

ଦୁର୍ଯ୍ୟୋଧନ

1 min
11

ଦୁର୍ଯ୍ଯୋଧନ - =========
ଜିତିବାର ସ୍ଵାଦ ନିଏ ଇତିହାସ
 ହାରିବା ବ୍ୟକ୍ତି ହୁଏ କଳଙ୍କିତ
 ଭୂମି ରୁ ଭୂମା ଯାଏ ହୁଏ ଉପହସିତ
 ମନର ଯନ୍ତ୍ରଣାକୁ ନବୁଝି ବିଜୟିକୁ ରଖେ
ସ୍ଵର୍ଣ୍ଣାଭ ଅକ୍ଷରରେ ଏହି ସମାଜର ଇତିହାସ.।।।

 ଏକ ଚର୍ଚ୍ଚିତ ନାୟକ ପୁରାଣର
 ଅଧର୍ମ, ଅସତ୍ୟ ,ଅହଂକାର ସକଳ ବନ୍ଧା ସେ,
 ତାରି ଗୁଣର. କଳଙ୍କିତ ବ୍ୟକ୍ତି ସେ ଇତିହାସର . ମହାଭାରତର ଦୁର୍ଯ୍ଯୋଧନ
 ରାମାୟଣର ରାବଣ
 ନାସିକା କୁଞ୍ଚିତ ସେମାନେ ସମାଜ ଆଖିର ।।।।....

 ଦୁର୍ଯ୍ଯୋଧନ ହାରିଛି ମାତ୍ର ଅସ୍ତିତ୍ୱ ହଜିନି
 ଏବେ ବି ବଞ୍ଚିଛି ସମାଜର ପ୍ରତିଟି ସ୍ତରରେ
 ଶହ ଶହ ଦୁର୍ଯ୍ଯୋଧନ ପ୍ରତିଟି ପଟଳରେ .।।।

ବ୍ୟକ୍ତି ବଦଳିଛି, ବଦଳିନି ବ୍ୟବସ୍ଥା
 ଭବନ ବଦଳିଛି, ବଦଳିନି ଭାବନା
 ଅଭିମାନରେ ଅନ୍ଧ
 ସତ୍ତା ଲୋଭରେ ମତ୍ତ
 ବହୁ ଭୀଷ୍ମ, ଦ୍ରୋଣ ଆଜି ନୀରବ
 ଦ୍ରୌପଦୀ ବସ୍ତ୍ରହରଣ ରେ ,
ନୀରବ ରକ୍ତପାତ ରେ ,
ମୂଲ୍ୟବୋଧର ପରାଜୟରେ. ।।।

 ମହାଭାରତ ସରିନାହିଁ କି
 ଦୁର୍ଯ୍ଯୋଧନର ଅନ୍ତ ହୋଇନାହିଁ,
 ରୂପ କେବଳ ବଦଳୁଛି..
ରାଜସଭାରୁ ରାଜରାସ୍ତାକୁ
 ହସ୍ତିନାପୁରରୁ ଘର,ଅଫିସ,
 ସମାଜ ହେଉ ଅବା ରାଜନୀତିକୁ।
 ଦୁର୍ଯ୍ଯୋଧନ ନୁହଁ ଏକ ବ୍ୟକ୍ତି
 ଦୁର୍ଯ୍ଯୋଧନ ଏକ ମନୋଭାବ.
 ଚିନ୍ତାଧାରର ପରିଚାୟକ.
 ଅଭିମାନ, ଅହଙ୍କାର, ଅସହିଷ୍ଣୁତା
 ସତ୍ତାଲୋଭର ଚିରସ୍ରୋତା ।।।

 ଅତ୍ର ତତ୍ର ସର୍ବତ୍ର ...
ସବୁଠି ଦୁର୍ଯ୍ଯୋଧନ ଚରିତ୍ର.
 ବିନାଯୁଦ୍ଧରେ ସୂଚୀଅଗ୍ର ନଦେବା ପଣ
 ସ୍ୱାର୍ଥ ଲାଗି ସବୁ ଭିଆଣ
ପ୍ରତିଟି ଅନ୍ତରକୁ ଗ୍ରାସିଛି ଗୋଟାପଣ .
 ଯୁଦ୍ଧ ଆଜି ଶବ୍ଦରେ
 ନୀରବ ନୀତିରେ, ନିଷ୍ପତ୍ତିରେ.
 ଆଜିବି ଦ୍ରୌପଦୀ ଅସହାୟ
 ବିବସନା ହୁଏ ବାରମ୍ବାର ଅଫିସରେ,
ବସ୍ ଷ୍ଟପ୍ ରେ ସୋସିଆଲ ମିଡିଆରେ
 ଇସାରାରେ, ଦୃଷ୍ଟିରେ
 ଚରିତ୍ର ହନନ ହୁଏ ସମସ୍ତଙ୍କ ଆଖି ସାମ୍ନାରେ.
ବିନା ପ୍ରତିବାଦରେ
 ଦୁର୍ଯ୍ଯୋଧନ ଦୁଃଶାସନଙ୍କ ବଂଶ ବିସ୍ତାର ହୁଏ
ଅହଙ୍କାରରେ ପ୍ରତିଟି ମୁହୂର୍ତ୍ତରେ.
 ହେ କୃଷ୍ଣ ...
ଆଉ ଥରେ ସ୍ରୁଷ୍ଟିକର ମହାଭାରତ
ତୁମ ଇଙ୍ଗିତରେ ଚୈତନ୍ୟ ଉଦୟ ହେଉ ଅର୍ଜୁନଙ୍କର,  ଅନ୍ତହେଉ ଦୁର୍ଯ୍ୟୋଧନର ଚେତନା
 ପ୍ରତିଟି ଆତ୍ମାରେ. ।।।। ============


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action