STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ବିଭୁ କୃପା

ବିଭୁ କୃପା

1 min
14

ବିଭୁ କୃପା ======= ଫୁଲର ଦେହରେ ରୂପର ବିଭବ
 ଆକର୍ଷି ଯାଆନ୍ତି ସକଳ
 ସଉରଭ ତାର ଭିଯାଏ ପ୍ରୀତିରେ
 ତା ଲାଗି ଜଗତ ବିକଳ।1
ନୀଳ ଆକାଶର ଛାତିରେ ଭରିଛି
 ଅସୁମାରୀ ଶାନ୍ତି ସପନ
 ଅଶାନ୍ତ ମନଟି ପ୍ରଶମିତ ହୁଏ
 ମିଳିଥାଏ ନୂଆ ଜୀବନ।2
 ଝର ଝର ନାଦ ଝିଙ୍କାରୀ ଶବଦ
 ପୁଲକିତ ହୁଅଇ ମନ,
ଜଳ ରାଶି ପରେ ହଂସରାଳି ଖେଳେ
 ସରଗ ଲାଗଇ ଭୁବନ।3
ବଣ ପକ୍ଷୀ ଡାକ କୋଇଲି କୁହୁକ
 ବିଭୁଙ୍କର ଏ ମଧୁ ଝର,
ସବୁଜିମା ଘେରା ଏ ସାରା ଜଗତ
 ଈଶ୍ୱରଙ୍କ କୃପା ଅପାର।4
ସୂର୍ଯ୍ୟ ଚନ୍ଦ୍ର ତାରା ଜ୍ୟୋତିର ପରଶେ
 ଧରା ହୁଅଇ ପରିପ୍ଲୁତ
ସମାଜ କଲ୍ୟାଣ ଦୀକ୍ଷା ସଭିଙ୍କର
 ସେବାରେ ହୁଅନ୍ତି ମହତ।5
ପ୍ରକୃତି ଆମର ଜ୍ଞାନର ଭଣ୍ଡାର
 ଗୁରୁ ଧାତ୍ରୀ ଏ ମାନବର,
ପରସେବା ଲାଗି ଜୀବନ ଧରନ୍ତି
 ଧନ୍ୟ ସେ ଜୀବନ ତାଙ୍କର।6
 ସ୍ରଷ୍ଟାର ସର୍ଜନା ଦେଖିଣ ସମାଜ
 ମଣିଷ ହୁଅଇ ବିହୋଳ
ତାଙ୍କୁ ଭୁଲିଯାଇ ମାୟାରେ ଘୁରଇ
 ବାଉଳା ହୁଅନ୍ତି ସକଳ।7
================


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics