STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଭୋଗ ତ୍ୟାଗ ସନ୍ନ୍ୟାସ

ଭୋଗ ତ୍ୟାଗ ସନ୍ନ୍ୟାସ

2 mins
409


ଭୋଗର ଶୀର୍ଷ ସ୍ଥାନ ଆରୋହଣ

ଉପରାନ୍ତେ ଯଦି ମନ ହୁଏ ତଥାପି

ଅଶାନ୍ତ-ବିଚଳିତ-ବିକ୍ଷିପ୍ତ

ତେବେ ଆପଣେଇବାକୁ ହେବ

ମାର୍ଗ ପ୍ରତ୍ଯାଶା ବିହିନ ତ୍ଯାଗର

ତାହା ହୋଇ ନପାରେ ସଦା କୁସୁମିତ

ଥାଏ ପାଦେ ପାଦେ କଣ୍ଟାର ଆଘାତ ।


ଭୋଗ ଓ ତ୍ୟାଗ ଦୁହେଁ

ହେନା, ହୀରା ଠୁ କମ୍ ନୁହେଁ

ହୀରା ମାଳଟିର ସନ୍ଦର୍ଶନରେ

ମଣିଷ ମନରେ ଭରିଯାଏ

ହାସଲ କରିବାର ଦୁର୍ବାର ପିପାସା

ମାତ୍ର ହେନାମାଳ ମନେ ଭରିଦିଏ

ନିରୁତା ନିର୍ଲୋଭ ସନ୍ନ୍ୟାସ

ସମର୍ପଣ ଭାବ ହୁଅଇ ଜାଗ୍ରତ

ବଞ୍ଚିବାକୁ ଦେଖାଏ ନୂଆ ଦିଶା ।


ଶୁଦ୍ଧପୂତ ତ୍ୟାଗ ଯଦି ମନ ଦେଇ

ନ ପାରେ ତିଳେ ସନ୍ତୋଷ

ତେବେ ତ୍ୟଜି କାମିନୀ କାଞ୍ଚନ ମୋହ

ବରିନିଅ ସନ୍ନ୍ୟାସର ପଥ ।


କଉପୁନି ଅବା ଗୌରିକ ବସ୍ତ୍ର

ଆପଣା ଅଙ୍ଗେ ପରିଧାନ କରି

ରାମାନନ୍ଦୀ ଚିତା ଶୃଙ୍ଗାର ହୋଇ

କେହି କେବେ ହୋଇ ନ ପାରେ ସନ୍ୟାସୀ

ଯଦି ମନେ ଥାଏ ଲୁକାୟିତ

ରମ୍ଭା - ମେନକା - ଉର୍ବଶୀ ପିପାସା

ଅବା ଲଭିବାକୁ ଇନ୍ଦ୍ର ରାଜପଦ

କିମ୍ବା କରିବାକୁ ଠୁଳ କୁବେର ସମ୍ପଦ ।


ସଂସାରର ଝାଡ଼ ଜଞ୍ଜାଳ ଗ୍ରସ୍ତ

ସଂସାରୀ ବି ହୋଇପାରେ ସନ୍ନ୍ୟାସୀ

ଯଦି ମନ ତା'ର ସମର୍ପିତ ଅବିରତ

ଅହର୍ନିଶି ବିଭୁ ପାଦ ପଦ୍ମେ

ମଦ - ମିଥ୍ୟା - ମୋହ ତେଜି

ନୀତି - ନ୍ୟାୟ - ଧର୍ମ ଚରି

ଯେଉଁ ପ୍ରାଣୀ ଆଶ୍ରା ଯାଏ

ଈଶ୍ବରଙ୍କ ପଦାରବିନ୍ଦରେ

ସେ କେବଳ ନୁହଁଇ ଆଦର୍ଶ ଗୃହସ୍ଥ

ଅଟଇ ପ୍ରକୃତ ସନ୍ନ୍ୟାସୀ ।


ବଞ୍ଚିବାର ରାହା ଖୋଜି ଖୋଜି

ଦଳେ ବାଜୁ ବାଜୁ ବାବାଜୀ

ଆଉ ମାତି ମାତି ମାତାଜୀ

ବରି ନେଲେ ସନ୍ନ୍ୟାସର ରାସ୍ତା

ଧର୍ମ - ମୋକ୍ଷ ହେଲା ଗୌଣ

କାମ - ଅର୍ଥ ଶ୍ରେଷ୍ଠ ଲକ୍ଷ୍ୟ

ଏମାନଙ୍କ ଲାଗି ସ୍ଵଧର୍ମେ କଳଙ୍କ

ଗଢି଼ ଉଠେ ରାଜ୍ୟେ ରାଜ୍ୟେ

ଛତ୍ରାକ ସମ ନାନାଦି ଆଶ୍ରମ

କଳାଧନ କଳାକାରନାମା

ଏଠି ଚାଲେ ରାତି ଦିନ

ବୈମାତୃକ ଭାବ ହେତୁ ପୁରାତନ

ମଠ - ମନ୍ଦିର - ଐତିହ୍ୟ ବିଲୀନ

ମାତ୍ର ଏଇ ସୁରମ୍ୟ ଆଶ୍ରମେ

ଝଲସେ କୋଟି ସୂର୍ଯ୍ୟ ଜହ୍ନ ।


ଉଠଇ ଏକଇ ପ୍ରଶ୍ନ ଯଦି

ସବୁ ପ୍ରାଣୀ ସାଂସାରିକ ମୋହ ମାୟା ତ୍ୟଜି

ବରିବେ ସନ୍ନ୍ୟାସର ପଥ

ତେବେ ସୃଷ୍ଟିର ରଥ

ଆଗକୁ ଗଡ଼ିବ କେମନ୍ତ

ସଂଯମ ବିହୀନ ସନ୍ନ୍ୟାସୀ

ବ୍ୟଭିଚାରେ ମାତି ଅହର୍ନିଶି

ଭୁଲିଲେ ନ୍ୟାୟ ଧର୍ମ ନୀତି

ଏଣୁ ଆଦର୍ଶ ସଂସାରୀ ହୋଇଲେ ଜାଗ୍ରତ

ବ୍ୟାଭିଚାର ହେବ ପରାହତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract