Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SRIKANTA PRADHAN

Classics

4.0  

SRIKANTA PRADHAN

Classics

ପୂର୍ଣ୍ଣ ରାମାୟଣ ପ୍ରସଙ୍ଗ

ପୂର୍ଣ୍ଣ ରାମାୟଣ ପ୍ରସଙ୍ଗ

2 mins
188



ଶୁଣ ସୁଧୀଜନ ଦେଇ ମନକର୍ଣ୍ଣ

ସାତକାଣ୍ଡ ରାମାୟଣ l

ଈଶ୍ୱର ବିହିଲେ ଅଗ୍ରିସୁତା

ଆଗେ ବାଲ୍ମୀକି କଲେ ରଚନ l

ଆଦ୍ୟକାଣ୍ଡର ଲୀଳା

ସୀତା ରାମଙ୍କର ଜନ୍ମ ହେଲା l


ଅଯୋଧ୍ୟା କାଣ୍ଡରେ

ଶ୍ରୀରାମ ଲକ୍ଷ୍ମଣ ବିଶ୍ଵାମିତ୍ର ଘେନିଗଲେ l

ତାଡ଼କୀ ରାକ୍ଷସୀ ପଥରେ

ବିନାଶି ଯଜ୍ଞଶାଳରେ ମିଳିଲେ l

ତହିଁ ସୁବାହୁ ମାରି

କଉଶିକ ଯଜ୍ଞ ପୂର୍ଣ୍ଣକରି l


ପଥରେ ପଥର ନାରୀ ମୋଦକରି

ଦାସରେ ଧୁଆଇ ପାଦ l

ମିଥିଳାକୁ ମଣ୍ଡି ପର୍ଶୁକାଣ୍ଡ ଖଣ୍ଡି

ଭୃଗୁପତି ଭୃଗୁ ଭେଦ l

ଅଭିଷେକ ଦିବସେ

ପିତୃ ସତ୍ୟେ ଗଲେ ବନବାସେ l


ଅରଣ୍ୟ କାଣ୍ଡରେ ସରଜୁ ତରିଣ

ଚିତ୍ରକୂଟରେ ରହିଲେ l

ଶକ୍ରସୁତ ନେତ୍ର ବକ୍ରକରି

କାଣ୍ଡେ ଭରତ ବୋଧି ଚଳିଲେ l

ଘେନି ସୀତା ଲକ୍ଷ୍ମଣ

ରାମ ପ୍ରବେଶ ଦଣ୍ଡକାରଣ୍ୟ l


ପଞ୍ଚବଟୀ ମୂଳେ ନିବାସୀ ଛେଦିଲେ

ସୂର୍ପଣଖା ନାଶାକର୍ଣ୍ଣ l

ଚୌଦସସ୍ର ଦୈତ୍ୟ ସହିତ

ବିନାଶ ତ୍ରିଶିରା, ଖର, ଦୂଷଣ l

ହେମ ମୃଗ ଦେଖାଇ

ସୀତା ହରିନେଲା ଲଙ୍କସାଇଁ l


ଜାନକୀ ହରାଇ ବନେ ବନେ

ବୁଲୁଁ ଶବରଣୀ ମୋକ୍ଷ କଲେ l

କବନ୍ଧକୁ ବଧି ଗୋପାଳଙ୍କୁ ବୋଧି ପମ୍ପା ସରୋବରେ ହେଲେ l

ଭେଟ ହେଲା ମାରୁତି

ଶୁଣ କିସ୍କିନ୍ଧ୍ୟା କାଣ୍ଡର ରୀତି l


ସୁଗ୍ରୀ ସଙ୍ଗେମିତ ବାଳି କରିହତ

ଚାରିଦିଗେ ପେଶି ଦୂତ l

ଚତୁର୍ମାସ୍ୟା କାଳ ଦୁଃଖେ ବିତାଇଲେ

ରହି ଗିରି ମାଲ୍ୟବନ୍ତ l

ବକେ ବରଦ ହେଲେ

ପୁଣି କୁକ୍କୁଟେ ମୁକୁଟ ଦେଲେ l


ସିନ୍ଧୁପାର ହୋଇ ଅଶୋକ କାନନେ

ସୀତା ଭେଟି ହନୁମାନ l

ଜମ୍ବୁମାଳୀ ଅକ୍ଷୟକୁ ବଧ କରି

ଭାଙ୍ଗିଲା ସେ ମଧୁବନ l

ଲଙ୍କା ଦହନ କରି

ଦେଲା ରାମଙ୍କୁ ବାରତା ଫେରି l


ସୁନ୍ଦରା କାଣ୍ଡରେ ବରୁଣକୁ

ବୋଧି ଜଳେକଲେ ସେତୁଶିଳା l

ନଳେ ଯଶଦେଇ ସୁବଳ ଗିରିରେ ବିଜୟ କୌଶଲ୍ୟା ବଳା l

ଘେନି ଭଲ୍ଲୁକ ହରି

ଲଙ୍କାପୁର ବେଢ଼ି ଚାପଧାରୀ l


ଲଙ୍କାକାଣ୍ଡେ ଲଙ୍କା କରି ଆକ୍ରମଣ

ବିନାଶୀ ରାବଣ ବଂଶ l

ଦଶକଦ ଦଶକାନ୍ଧ କୁ ଛେଦିଲେ

କାଣ୍ଡେ ଦଶରଥ ଶିଷ୍ୟ l

ସୀତା ଉଦ୍ଧାର କରି l

ଅନଳରେ ଦହି ସ୍ବର୍ଣ୍ଣ ପରି l


ପୁଷ୍ପକ ବିମାନେ ରକ୍ଷ,ଋକ୍ଷ,

କପି ଘେନି ଅଯୋଧ୍ୟା ଫେରିଲେ l

ମାହେନ୍ଦ୍ର ବେଳାରେ ଦେବଗଣ

ରାଇ ରାଜ୍ୟ ଅଭିଷିକ୍ତ ହେଲେ l

ମଣି ପୁତ୍ର ସମାନ

ପ୍ରଜା ପାଳନ୍ତି ରାମ ରାଜନ l


ଉତ୍ତର କାଣ୍ଡରେ ନଗର ଭ୍ରମନ୍ତେ

ରଜକ ସାହିରେ ମିଳି l

ସୀତା ନିର୍ବାସିତା କଲେ ନଗ୍ରେ

ଶୁଣି ଧୋବା ଧୋବଣୀଙ୍କ କଳି l

ନେଇ ଘୋର ଅରଣ୍ୟ

ସୀତା ଛାଡ଼ି ଅଇଲେ ଲକ୍ଷ୍ମଣ l


ବାଲ୍ମୀକି ଆଶ୍ରମେ ଜନ୍ମଦେଲେ

ସୀତା ବେନି ସୁତ ଲବକୁଶ l

ରାମ ଆଚରିଲେ ଅଶ୍ୱମେଧ ଯଜ୍ଞ

ବାନ୍ଧିଲେ ସେ ଯଜ୍ଞଅଶ୍ୱ l

ପିତା ପୁତ୍ରରେ ଯୁଦ୍ଧ

ବାଲମିକ ଆସି କଲେ ବୋଧ l


ପୁନର୍ବାର ଅଗ୍ନିପରୀକ୍ଷା ବୋଲନ୍ତେ

ସୀତା ଭୂଗର୍ଭେ ପଶିଲେ l

ଲବକୁଶେ ପୃଥ୍ୱୀଭାର ଦେଇ ରାମ

ବୈକୁଣ୍ଠ ପୁରକୁ ଗଲେ l

କହଇ ପ୍ରେମାନନ୍ଦ

ଶେଷ ରାମାୟଣ ସାତକାଣ୍ଡ l



Rate this content
Log in

Similar oriya poem from Classics