ଦଣ୍ଡ ଗୀତ
ଦଣ୍ଡ ଗୀତ


ନମୋ ଗଣନାଥ ଅଗ୍ର ଗଣନ
ନରଲୋକେ ପୂଜା କରନ୍ତି ଜନ l
ନଗରାଜ ସୁତା ଅଙ୍କେ ତୋ ମନ
ନମସ୍ତେ ଦେବ ବିଦ୍ୟା ଭଗବାନ l
ନମ୍ରଭାବ ଦିବ୍ୟ ଜ୍ଞାନ
ନଶ୍ୱର ମୋ ତନ ହେ,କିଦେବି ବା ଧନ ଦିଅ ଚେନାଏ ଚେତନ l01l
ନମସ୍ତେ ଶାରଳା ସିଂହ ବାହିନୀ
ନମୋ ଉଡ୍ର ବାଣୀ ଜ୍ଞାନ ଦାୟିନୀ l
ନକର କରୁଣା ଉଣା ଜନନୀ
ନାହିଁ ଜ୍ଞାନ ମୂଢ଼ ମୂର୍ଖ ଅଜ୍ଞାନୀ l
ନିଜର ସନ୍ତାନ ମଣି
ନକର ମା ଛନ୍ଦ ମା ", କଣ୍ଠେ ବସି ପଦ ଖେଳାଅ ଯିବି ବଖାଣି l02l
ନମସ୍କାର ସକଳ ସଭାଜନ
ନିଜର ସୁଗୁଣେ ଦୋଷ ନଘେନ l
ନମି ଚାରି ଦଣ୍ଡ କରେ ବନ୍ଦନ
ନମୋ ନମସ୍ତେ ଋଷିପୁତ୍ର ଗଣ l
ନମେ କାମନା ସଦନ l
ନମସ୍କାର ବେତ ହେ,ଘଣ୍ଟିକା ଚାମର ତ୍ରିଶୂଳ କୁ ପୁନଃ ପୁନଃ l03l
ନିବେଦନ କରେ ପଣ୍ଡିତ ଜନ
ନୈବେଦ୍ୟ ରୁଦ୍ରକାଳୀ ଙ୍କୁ ଅର୍ପିଣ l
ନୃତ୍ୟ ଗୀତ କରି ତୋଷିବି ମନ
ନାହିଁ ପ୍ରାଣ ପ୍ରିୟା ମୋର ପାଶେଣ l
ନିକଟକୁ ହକାରିଣ
ନିଶି ଯିବ ପାହି ହେ,ଗାନ୍ଧର୍ବ ରସରେ କରି ପ୍ରଭୁ ନାମ ଗାନ l04l
କାରୁଆଣୀ ଆବାହନ
=============
ନାଗରୀବର ସାରସ ଗମନୀ
ନାମ ଧରି ଡାକେ ତୋ ଗୁଣମଣି l
ନାରୀ ରତନରେ ରମଣୀ ମଣି
ନକରି ବିଳମ୍ବ ଆସ ଏକ୍ଷଣି l
ନିରେଖି ପଣ୍ଡିତ ଶ୍ରେଣୀ
ନୃତ୍ୟ ରସେ ମତି ଯେ, ଆସ ମୋର କତି ଜନ ମନ ନେବା କିଣି l05l
କାରୁଆଣୀ
..............
ନିଶି ପାହାନ୍ତା ରେ ନାମ ଧରିଣ
ନକରି ଛନ୍ଦ କୁହନ୍ତୁ ବହନ l
ନାଶ ମୋ
ସନ୍ଦେହ ହେଉଛି ମନ
ନାହାନ୍ତି ପୁରେ ମୋର ପ୍ରାଣ ଧନ l
ନାସ୍ତି ନକରିଣ ଘେନ
ନାମ ପରିଚୟ ହେ,ନକହିବ ଯେବେ
ନୋହିବ ମୋର ଗମନ l06l
ବିଣାକାର
..............
ନହୁଅ ବିମନ ପ୍ରାଣ ମିତଣୀ
ନୁହେଁ ମୁଁ ପର ତୋର ଗୁଣମଣି l
ନୃତ୍ୟ ଗୀତେ ତୋଷି ପଣ୍ଡିତ ଶ୍ରେଣୀ
ନାମ ଡାକିବା କାଳୀ ରୁଦ୍ରମଣୀ l
ନକର ଡେରି ମିତଣି
ନବ ଯଉବନି ଗୋ, ଆସ ପାଶେ ଚାଲି ଗାଇବା ପୁରାଣ ବାଣୀ l07l
କାରୁଆଣୀ
..............
ନରଖି ସନ୍ଦେହ କୁହ ବଚନ
ନିଜ କରେ ବୀଣା ଅଛ ଧରିଣ l
ନିୟମରେ ବୀଣା କେଉଁ ହସ୍ତେଣ
ନାଦ କରାଅ କିଏ ଦେଲେ ଦାନ l
ନକରିଣ ଅଭିମାନ
ନକହି ପାରିଲେ ହେ, କିପରି ଜାଣିବି ତୁମେ ମୋ ପରାଣ ଧନ l08l
ବିଣାକାର
............
ନାଗରୀ ମଣୀରେ ଶୁଣ ବଚନ
ନାମ ଦେଇ ବୀଣା ଦେଲେ ମଦନ l
ନିତ୍ୟ ବାମକରେ କରେ ବାଦନ
ନିକରେ ବିହିଲି ସତ୍ୟ ବଚନ l
ନାମ ବିଣାକାର ଜାଣ
ନବରସ କୃତ ଗୋ, ସାତ ସ୍ୱର ଘେନି
ଆଠ ତାଳରେ ପ୍ରବୀଣ l09l
କାରୁଆଣୀ
............
ନକର ଜୀବଧନ ଅଭିମାନ
ନିଶ୍ଚୟ ତୁମେ ମୋର ପ୍ରାଣ ଧନ l
ନେଇ ସଖୀଗଣ ମୋର ସଙ୍ଗେଣ
ନମଇଁ ପତିଦେବଙ୍କ ଚରଣ l
ନ, ଆଦ୍ୟରେ ପ୍ରାନ୍ତରେ ଣ, ନ
ନଧର ମୋ ଦୋଷ ବିଦୂଷ ଜନ l
ନୁହଁଇ ଜ୍ଞାନୀ ଅଜ୍ଞାନ
ନିଜ ବଡ଼ ପଣେ ହେ, କ୍ଷମା ଦାନ କର ଭାଷେ ପ୍ରେମାନନ୍ଦ ହୀନ l10l