STORYMIRROR

Jayasena Pradhan

Classics

4  

Jayasena Pradhan

Classics

ଶୀତରାଣୀ

ଶୀତରାଣୀ

1 min
11

ମାସ ପରେ ମାସ   ଋତୁ ପରେ ଋତୁ 

    ନିରନ୍ତର ଆତଯାତ।

ହେମନ୍ତ ଋ' ପରେ   ଆସେ ଶୀତ ଋତୁ

    ଶିଶିରେ ଆଗତ ଶୀତ।।

ଶୀତର ଆଗମେ   ସର୍ବେ ହୋ'ନ୍ତି ଭୀତ

   ଶୀତେ ସର୍ବେ ଓତଃପ୍ରୋତ।

ପରିବର୍ତିତ ଏଇ   ସଂସାର ଭିତରେ

   ପରିବର୍ତ୍ତିତଏ ଜଗତ।।

ନବପଲ୍ଲବରେ     ଆସେ ଶିତରାଣୀ

    ଶିଶିର ମୁକୁତା ଧରି।

ସୂର୍ଯ୍ୟ ବ୍ରହ୍ମା ବିଷ୍ଣୁ    ପଦ୍ମର ଠାକୁର

    ଲକ୍ଷ୍ମୀଙ୍କର ବାସସ୍ଥଳୀ।।

ଶୀତର ଦାଉରୁ   କେହିତ ତାହାକୁ

    ରଖିପାରିଲେ ନାହିଁ।

ଶୀତର ପ୍ରକୋପେ  ଯିଏ ଯା ନୀଳୟେ

    ହସନ୍ତୀ ପାଶରେ ଯାଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics