STORYMIRROR

Jayasena Pradhan

Classics

4  

Jayasena Pradhan

Classics

କ୍ଷମା ସାଗର

କ୍ଷମା ସାଗର

1 min
275


କ୍ଷମି ନେବ ଠାକୁର

          ହେ ପରମେଶ୍ଵର

ତବ ପଦେ ମମ

         ସହସ୍ର ଜୁହାର ।।

ତିରିଶୁଳ ଧାରି

        ଆହେ ପଶୁପତି

ତବ ଶ୍ରୀ ପୟରେ

          ସହସ୍ର ମିନତି ।।

ଜୟ ସଦାଶିବ

         ମୋତେ କ୍ଷମିନେବ

ଗମି ନ ପାରିଲି

         ଦେବାଳୟେ ତବ ।।

ଘେନ ମୋ ମିନତି

          କରେ ମୁଁ ପ୍ରଣତି

କରୁ

ଣା ବରଷା

          କର ପଶୁପତି ।।

ଶୀରେ ଗଙ୍ଗାଧାରୀ

           ହେ ଡମ୍ବରୁ ଧାରୀ

ହୃଦୟେ ଆଣିବି

          ତୁମ ରୂପ ବରି ।।

କରୁଣା ବରଷା

         କର ମୋ ଉପରେ

ଯୋଡ଼ି ଦୁଇ କର

         ମୁଁ ମିନତି କରେ ।।

ଭକ୍ତ ବତ୍ସଳ ହେ

         ଭକ୍ତ ଦୁଃଖ ହାରୀ

ନମୁଛି ତୁମକୁ

       ଘେନ ମୋ ଗୁହାରୀ ।।


Rate this content
Log in

Similar oriya poem from Classics