STORYMIRROR

Jayasena Pradhan

Classics

4  

Jayasena Pradhan

Classics

କ୍ଷମା ସାଗର

କ୍ଷମା ସାଗର

1 min
280

କ୍ଷମି ନେବ ଠାକୁର

          ହେ ପରମେଶ୍ଵର

ତବ ପଦେ ମମ

         ସହସ୍ର ଜୁହାର ।।

ତିରିଶୁଳ ଧାରି

        ଆହେ ପଶୁପତି

ତବ ଶ୍ରୀ ପୟରେ

          ସହସ୍ର ମିନତି ।।

ଜୟ ସଦାଶିବ

         ମୋତେ କ୍ଷମିନେବ

ଗମି ନ ପାରିଲି

         ଦେବାଳୟେ ତବ ।।

ଘେନ ମୋ ମିନତି

          କରେ ମୁଁ ପ୍ରଣତି

କରୁଣା ବରଷା

          କର ପଶୁପତି ।।

ଶୀରେ ଗଙ୍ଗାଧାରୀ

           ହେ ଡମ୍ବରୁ ଧାରୀ

ହୃଦୟେ ଆଣିବି

          ତୁମ ରୂପ ବରି ।।

କରୁଣା ବରଷା

         କର ମୋ ଉପରେ

ଯୋଡ଼ି ଦୁଇ କର

         ମୁଁ ମିନତି କରେ ।।

ଭକ୍ତ ବତ୍ସଳ ହେ

         ଭକ୍ତ ଦୁଃଖ ହାରୀ

ନମୁଛି ତୁମକୁ

       ଘେନ ମୋ ଗୁହାରୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics