STORYMIRROR

Jayasena Pradhan

Classics

4  

Jayasena Pradhan

Classics

।।ବର୍ଷା ଆସିଲେ।।

।।ବର୍ଷା ଆସିଲେ।।

1 min
7

କି ସୁନ୍ଦର ଏହି  ସବୁଜ ଧରଣୀ

କି ସୁନ୍ଦର ଦିଶେ ସାଗରେ ତରଣୀ।।

ଗ୍ରୀଷ୍ମପ୍ରବାହରେ ଫାଟିଯାଏ ମାଟି

ଶୀତଳ ଧରଣୀ ଉଠିପଡ଼େ ତାତି।।

ହାହାକାର ହୁଏ ଏହି ଧରାପୃଷ୍ଟ

ରବି କିରଣେ କେହି ନୁହେଁ ତୁଷ୍ଟ।।

ଚାତକି ଅନାଏ ନୀଳ ଅମ୍ବରେ

ବାରି ପାନ ପାଇଁ ହୃଦ ଜଳିଯାଏ।।

ବର୍ଷାଗମେ ଶୋଭାମୟ ଦିଶେ

ସବୁଜ ସଂସାର ପକ୍ଷୀ କକାଳୀରେ ଭାଷେ।।



Rate this content
Log in

Similar oriya poem from Classics