STORYMIRROR

Jayasena Pradhan

Classics

4  

Jayasena Pradhan

Classics

ଗୁରୁ ବନ୍ଦନା

ଗୁରୁ ବନ୍ଦନା

1 min
306

ଗୁରୁଜୀ ଘେନ ପ୍ରଣାମ 

            ଏ ଶୁଭ ଲଗନେ ଆମ୍ଭେ ଆରଗନେ 

ତବ ଦରଶନେ ଆମ୍ଭେ 

             ହେଲୁ ଧନ୍ୟ 

           ଗୁରୁଜୀ ଘେନ ପ୍ରଣାମ..........।୧।

ତୁମେ ହେ ମାତା     ତୁମେ ହେ ପିତା 

    ତୁମେ ହେ ଭକ୍ତ ଚନ୍ଦନ 

ତୁମେ ହେ ସନ୍ଥ      ତୁମେ ହେ ରଥ 

    ତୁମେ ହେ ଭକ୍ତ ବନ୍ଦନ

           ଗୁରୁଜୀ ତୁମେ ହେ ଭକ୍ତ ବନ୍ଦନ

            ଗୁରୁଜୀ ଦଘେନ ପ୍ରମାଣ........। ୨।

 ତବ ଚରଣେ      ଆମ୍ଭ ମସ୍ତକ 

     ସଦା ନଅତ ଥାଉ 

କରିବୁ ସଦା      ତୁମ୍ଭରି ସେବା 

     ଜୀବନେ ଶପଥ ନେଉ 

           ଗୁରୁଜୀ ଜୀବନେ ଶପଥ ନେଉ 

            ଗୁରୁଜୀ ଘେନ ପ୍ରଣାମ......। ୩।

ଚିରସ୍ରୋତ ଏହି    ତବ ଆଶିଷ

    ମୋ 'ପରେ ସଦା ଥାଉ

ଝଡ କି ଝଞ୍ଜା     ଛୁଇଁ ପାରିବନି

   ଜୀବନେ ଯେଉଁଠି ରହୁ

           ଗୁରୁଜୀ ଜୀବନେ ଯେଉଁଠି ରହୁ

           ଗୁରୁଜୀ ଘେନ ପ୍ରଣାମ.....। ୪।

ତୁମ୍ଭ ପୟରେ     କରିବୁ ପୂଜା

    ନ ହୋଇ ତିଳେ କାତର

ତୁମରି ରୂପ    ଅନ୍ତରେ ସଦା

    ସ୍ମରିବୁ ନରନ୍ତର 

           ଗୁରୁଜୀ ସ୍ମରିବୁ ନିରନ୍ତର 

           ଗୁରୁଜୀ ଘେନ ପ୍ରଣାମ.......। ୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics