STORYMIRROR

DR SAMIR RANJAN BEHERA

Abstract Classics Inspirational

4  

DR SAMIR RANJAN BEHERA

Abstract Classics Inspirational

ବିଶ୍ଵ ଦେଖ ଶୋଭାମୟରେ ଜୀବନ

ବିଶ୍ଵ ଦେଖ ଶୋଭାମୟରେ ଜୀବନ

1 min
316

ବିଶ୍ଵ ଦେଖ ଶୋଭାମୟରେ ଜୀବନ

ବିଶ୍ଵଦେଖ ଶୋଭାମୟ

ରଙ୍ଗ ତୁଳୀ ଧରି ପ୍ରକୃତି ମାଆ

ଉଭା ହେଇ ଚିତ୍ରିତା

ସତେକି ବିଚିତ୍ରତା

ଶୋଭାମୟ ବିଶ୍ୱ ମଧୁମୟ ଲାଗେ

ଗାଉଛି ସେ ଆଜି କବିତା

ଗାଉଛି ସେ ଆଜି କବିତା  ll


ସଜେଇ ସଜେଇ ମୁଖକୁ ନିରେଖି

ନୀଳମ୍ଭୁ ଗଗନେ ରୂପକୁ ଦେଖି

ମେଘ ବିଚିମାଳା ସାଙ୍ଗରେ ସଖୀ

ଫଗୁଣର ଫଗୁ ଦେହରେ ମାଖି

କାଳିମା ବାଦଲ କଜଳ ଲାଖି

ଗଭାରେ ଖେଳଇ ସୁରୁଜମୁଖୀ 

ଆହାକି ସୁନ୍ଦର ମନଲୋଭା ବେଶ

ମନ ହୋଇଯାଏ ଯୋଖୀ  ll


ସକାଳୁ ସୁରୁଜ ମୁରୁଜ ବୁଣେ

ସୋରିଷ କ୍ଷେତରେ ମୁକୁତା ଖେଳେ

ସଜ ଗୋଲାପଟି ପବନେ ଢ଼ଳେ

ମୃଦୁ ପବନରେ ମନଟି ଖେଳେ

ନଈର ତରଙ୍ଗେ ଲହରୀ ମେଳେ

ଆହାକି ସୁନ୍ଦର ଏ ବେଶ

ପ୍ରକୃତି ମାଆର ହସ

ଏ ମଧୁମୟ ଶୋଭା ଦେଖରେ ଜୀବନ

ମଧୁମୟ ଶୋଭା ଦେଖ  ll


ପ୍ରକୃତି ରଚନା କେଢେ ବିଚିତ୍ର

ସବୁଜ ରଙ୍ଗରେ ସେ ସୁସଜ୍ଜିତ

ତା ମଧୁମୟ ବେଶ କେଢେ ଅଦ୍ଭୁତ

ପବନ ଝଙ୍କାର ମୃଦୁ ସଂଗୀତ

ଶୋଭାମୟ ବିଶ୍ଵ କେଢେ ଅମୃତ

ସତେ ପ୍ରକୃତିର ଏ ରୂପ ସୌନ୍ଦର୍ଯ୍ୟ

ରଙ୍ଗୀନ ରଙ୍ଗୀନ ଅପୂର୍ବ ମାଧୁର୍ଯ୍ୟ

ବିଶ୍ଵ ଦେଖ ଶୋଭାମୟରେ ଜୀବନ

ବିଶ୍ୱ ଦେଖ ମଧୁମୟ  ll


ଟିପି ଟିପି ପଡେ ବରଷା ପାଣି

ନାଚି ନାଚି ଯାଏ ବରଷା ରାଣୀ

କିରଣ ଝଲସେ ସେ ପାଣିରେ

ମୁକ୍ତା ସମ ଲାଗେ ଏ ବିଶ୍ୱରେ

ଆଖି ଝଲସେ ମନ ତରଷେ

ଖୁସିରେ ଖୁସିରେ ଗାଉଛି ମନ

ବିଶ୍ଵ ଦେଖ ଶୋଭାମୟରେ ଜୀବନ

ବିଶ୍ଵ ଦେଖ ଶୋଭାମୟରେ ଜୀବନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract