STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ମହିଷାମର୍ଦ୍ଧିନୀ

ମହିଷାମର୍ଦ୍ଧିନୀ

1 min
172

ଶରତ ଋତୁର ଶାରଦ ମଳୟ

   ଶୀତଳ ଗଗନ ପବନ

ଶକ୍ତି ସ୍ୱରୂପା ମାଆ ଦଶଭୁଜା

  କରନ୍ତି ଧରା ଅବତରଣ  ll


ସୁନେଲି ସୌରଭ ଉଜ୍ଜଳ ଶୋଭିତ 

  ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ରୂପ

ଚକ୍ଷୁ ବେନି ତୋର କମଳ ପୁଲକ

  ଶୁଭ୍ରକାନ୍ତିର ଝଲକ  II


ମୁକ୍ତା ମୁକୁଟ ମସ୍ତକେ ଶୋଭିତ

   ସ୍ଵର୍ଣଳଙ୍କାର ଖଚିଚ

ସ୍ଵର୍ଣ ମଣି ପାଟ ବସ୍ତ୍ର ପରିହିତା

    ଅସ୍ତ୍ର ଶସ୍ତ୍ର ସଜ୍ଜିତ  ll


ନୟନେ ନିର୍ଗତ ପ୍ରଖର ଅଗ୍ନି

   ହସ୍ତେ ତ୍ରିଶୂଳ ଧାରିତ

ସିଙ୍ଗବାହିନୀ ମା ଦଶ ଭୁଜା

   ମହିଷାସୁର ମର୍ଦ୍ଧିତ ll


ଅଧର୍ମ ଉପରେ ଧର୍ମର ବିଜୟ

   ଶକ୍ତି ସ୍ୱରୂପିଣୀ ବିଦିତ

ଜୟ ଜୟ ମା ମହିଷାମର୍ଦ୍ଧିନୀ

   ଦଶ ଦିଶାରେ ଶୋଭିତ  ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract