STORYMIRROR

DR SAMIR RANJAN BEHERA

Abstract Romance Classics

3  

DR SAMIR RANJAN BEHERA

Abstract Romance Classics

ପ୍ରତୀକ୍ଷାର ଲକ୍ଷ୍ମଣ ରେଖା

ପ୍ରତୀକ୍ଷାର ଲକ୍ଷ୍ମଣ ରେଖା

1 min
182

ଜାଣିଥିଲି ତୁ ଆସିବୁ

ବସନ୍ତ ଆସିବ

ମଳୟ ବୋହିବ

କେତେ ଆଶା ଅଶୁମାରି

ଶ୍ରୁତି ପ୍ରତିଶ୍ରୁତି

ଦେଇ ଦେଇ ଚାଲିଗଲୁ

ସ୍ମୃତିର ଲକ୍ଷ୍ମଣ ରେଖା କାଟିଦେଇ,

ହେଲେ ଆଜି କାହିଁ ତୋ ସ୍ପନ୍ଦନ ଶୁଭୁନି

ବସନ୍ତ ବି ବହୁନି

ଖାଲି ଗ୍ରୀଷ୍ମ ଉତ୍ତାପରେ ଦଗ୍ଧ ଦଗ୍ଧ

ଏକୁଟିଆ ବସିଛି

ପ୍ରତୀକ୍ଷାର ଦୀପ ଜାଳି

ଲୁହର ତୈଳରେ ଶିକ୍ତ ସେ ଦୀପ

ହେଲେ ବି ଦାଉ ଦାଉ ହେଇ ଜଳୁଛି,

ସୀତା ମା ପରି ବିଭସ ହେଇନି

ତମେ ଛାଡିଯାଇଥିବା ଅସଜଡ଼ା ଲକ୍ଷ୍ମଣ ରେଖା

ଡ଼େଇଁଯିବି ବୋଲି,

ହେଲେ ଜାଣେନି କେବେ ଅନ୍ତ ଏ ପ୍ରତୀକ୍ଷା

ତଥାପି ମୁଁ ତୁମ ପଥକୁ

ଚାହିଁ ରହିଛି

ଦୀପ ଶିଖାରେ ଯଳିଯିବି ପଛେ

ତୁମ ଲକ୍ଷ୍ମଣ ରେଖାକୁ ଜଗି ବସିଛି

ତୁମ ଲକ୍ଷ୍ମଣ ରେଖାକୁ ଜଗି ବସିଛି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract