STORYMIRROR

DR SAMIR RANJAN BEHERA

Inspirational

4  

DR SAMIR RANJAN BEHERA

Inspirational

ମୋ ପ୍ରକୃତି ରାଣୀ

ମୋ ପ୍ରକୃତି ରାଣୀ

1 min
395

ପ୍ରକୃତି ରାଣୀ ମୋ ଭାରି ସୁନ୍ଦରୀ

 ପାଦ ତଳେ ବୋହେ ନଈ

ହିମାଳୟ ତାର ମୁକୁଟ ଭଳିଆ

 ତୁଳନା ଯେ ତାର ନାହିଁ ll


ଶୁଭ୍ର ଫେନୀଳ କାନ୍ତି ସବୁଜିମା ମାଆ

  ଅପୂର୍ବ ଲାବଣ୍ୟ ସୁନ୍ଦର 

ଝରଣା ବୋହେ କଳ କଳ ନାଦେ

  ମୃଦୁ ବୀଣାର ଝଙ୍କାର ll


କୋକିଳ କାକଳୀ ମହୁରୀ ବଜାଇ

  ପଶୁ ରଡି ବଜେ ବାଜା

ସୁଲୁ ସୁଲୁ ବାଆ କାନେ କହିଯାଏ

  ଜୀବନର ନିଅ ମଜା ll


ଶୀତୁଆ ସୂରୁଜ ମୁରୁଜ ବୁଣଇ

  ବିଲ ବାଡ଼ି ସର ସର

ଝିପି ଝିପି ବର୍ଷା ଗୀତ ଗାଉଅଛି

 ଆହା କି ମନୋହର ll


ରୌଦ୍ର ରାଣୀର ଉଷୁମ ପବନେ

 ଖଡ ଖଡ ଶୁଖା ପତ୍ତ 

ମଧ୍ୟାହ୍ନ ନୀରବେ ଆମ୍ବ ତୋଟା ମୂଳେ

 ଗାଇଚାଲେ କେତେ ସଂଗୀତ ll


ପ୍ରକୃତି ରାଣୀ ମୋ ବସନ୍ତ ସାଜି

 ଯେବେ ଆଗମନ କରେ

ମୃଦୁ ମଳୟର ରଙ୍ଗବେରଙ୍ଗର

 ହରଷ ଉଲ୍ଲାସ ଭରେ ll


ଜୋଛନା ରାତିରେ ଚନ୍ଦ୍ରମା ସାଥେ

 ପ୍ରକୃତି ରାଣୀ ମୋ ଖେଳେ

ଶୁଭ୍ର ଚାନ୍ଦ ପରି ନୀଳମ୍ବୁ ଆକାଶେ

 ଦିଶେ ଝଲମଲ କେଢେ ll


ମୋ ପ୍ରକୃତି ରାଣୀ ଭାରି ସରଳ

 ସଭିଙ୍କୁ ସମାନ ଭାବଇ

ତା ବକ୍ଷ ଚିରି କାହିଁ କେତେ ଜୀବକୁ 

 ଅମୃତ ପାନ କରଇ ll


ମାଟି ବାୟୁ ଜଳ ଅଗ୍ନି ବା ଜଙ୍ଗଲ

 ପ୍ରକୃତି ରାଣୀର ଅବଦାନ

ଏ ବିଶ୍ଵପୃଷ୍ଠରେ ଯେ ଯାହା ଦେଖୁଛ

  ସବୁ ଅଟେ ତାର ଦାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational