STORYMIRROR

DR SAMIR RANJAN BEHERA

Abstract Tragedy Inspirational

3  

DR SAMIR RANJAN BEHERA

Abstract Tragedy Inspirational

ଅଂଶୁଘାତ

ଅଂଶୁଘାତ

1 min
158

ଓଃ ବାହାରେ କି ଖରା ହେଉଛି

ତାତିରେ ମୁଣ୍ଡ କଣ ହେଇଯାଉଛି

ପୁଅ କୁ କହୁଛି କ୍ଷେତ ଯାଆନି ଯାଆନି

ହେଲେ ସିଏ କି ଶୁଣୁଛି,

ମା ଲୋ ପଖାଳ ଗଣ୍ଡେ ବାନ୍ଧି ଦେ

ମୁଁ ବିଲକୁ ବାହାରି ଯାଉଛି,

ଅବୁଝା ପୁଅ ମୋର

ଖରା ହେଉ କି ବର୍ଷା

କ୍ଷେତରେ ଦିନ ରାତି ଖଟେ ସେ

ସୁନା ଫଳାଏ ସେ

ତା ପରିବାରକୁ ଆହାର ଯୋଗାଉଛି

ଆଉ ଦେଶ କୁ ବି,

ହେଲେ ତା ଖୁସି କଣ

ସାରାଦିନ ଜମିରେ ଖଟୁଛି

ଆଉ ମାଟି ସଙ୍ଗେ ମାଟି ହେଇଯାଉଛି l


ହଟାତ୍ ଦିନେ


ବୁଲା ବୋଉ ବୁଲା ବୋଉ

ବୁଲାର କଣ ହେଇଯାଇଛି

ବିଲରେ ସେ ମୂର୍ଚ୍ଚା ହେଇ ପଡିଯାଇଛି

ନା କିଛି କହୁଛି ନା କିଛି ଶୁଣୁଛି ,

ବୁଲା ବୋଉ ବିଲକୁ ଦୌଡ଼ି ଯାଇଛି

ବୁଲା ବୁଲା ମୋ ଧନ ଚିତ୍କାର କରିଛି

ସଙ୍ଗେ ସଙ୍ଗେ ବୁଲାକୁ ପାଖ ଡାକ୍ତରଖାନା ନିଆଯାଇଛି

କିନ୍ତୁ ବୁଲା ଆଉ ନଥିଲା

ଅଂଶୁଘାତ ତା ଜୀବନ ନେଇ ଯାଇଥିଲା,

ମାଆ ତାର ଛାତି ଫାଟି କାନ୍ଦୁଛି

ଖରା କୁ ଯାଆନା ଖରାକୁ ଯାଆନା

ବାରମ୍ବାର କହୁଥିଲି

ହେଲେ ସେ କଣ ଶୁଣିଲା

ଆମକୁ ଭସେଇ ଦେଇ ଚାଲିଗଲା,

କେତେ ଲୋକ ଆହା କହିଲେ

ବୁଲା ପରିବାରକୁ ଆଶ୍ୱାସନା ଦେଲେ

ସରକାର କିଛି ପଇସା ଦେଲା

ସାନ୍ତ୍ୱନା ଦେଲା

ହେଲେ ବୁଲା ଘରର ଦୁଃଖ

ସେମିତିକୁ ସେମିତି

ଚିର କାଳ ରହିଗଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract