STORYMIRROR

DR SAMIR RANJAN BEHERA

Abstract Comedy

4.0  

DR SAMIR RANJAN BEHERA

Abstract Comedy

ସ୍ତ୍ରୀ ପଣିକିଆ

ସ୍ତ୍ରୀ ପଣିକିଆ

1 min
195

ଦୁଇ କେ ଦୁଇ

ସ୍ତ୍ରୀ ମୋର ଭାରି ଫୁଲେଇ,

ଦୁଇ ଦୁନେ ଚାରି

ଅଟେ ଭାରି ସେ ସୁନ୍ଦରୀ,

ଦୁଇ ତିରି ଛ

ତା ପରି କେହି ନୁହଁ,

ଦୁଇ ଚୌ ଆଠ

ମୂଣ୍ଡରେ ଖାଲି ତା ପାଠ,

ଦୁଇ ପଞ୍ଚା ଦଶ

ସିଏ ପୁରା ଠିକ୍ ମୋର ସବୁ ଦୋଷ,

ଦୁଇ ଛ ବାର

ମେକପ୍ ପାଇଁ ସବୁବେଳେ ତରବର,

ଦୁଇ ସତା ଚଉଦ

ରୋଷେଇଟା ମସ୍ତ ସୁଆଦ,

ଦୁଇ ଅଷ୍ଟl ଷୋହଳ

ଶାଢ଼ୀ ଗହଣା ପାଇଁ ପୁରା ପାଗଳ,

ଦୁଇ ନୁଆଁ ଅଠର

କେ କରିବ ତୁଳନା ତା ରୂପ ଗୁଣର,

ଦୁଇ ଦଶେ କୋଡିଏ

ମୋ ସ୍ତ୍ରୀ ପରି ଆଉ କିଏ ଅଛିରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract