STORYMIRROR

DR SAMIR RANJAN BEHERA

Abstract Comedy Drama

3  

DR SAMIR RANJAN BEHERA

Abstract Comedy Drama

ଗୋଟେ ଖୁସି ଆଉ

ଗୋଟେ ଖୁସି ଆଉ

1 min
166

କାହିଁ ହୁଅ ହାଉ ହାଉ

ବହୁତ ଖାଉଛ ଭାଉ

ଆମେ ଜାଣିନୁ କି ଦିନରେ ଜହ୍ନ

ରାତିରେ ସୁରୁଜ ଦେଖାଅ ଆଉ,

କାମ ଥିଲା ବେଳେ ଯାଉ ଯାଉ

ଗୋଡ ହାତ ଧରିପକାଅ ଆଉ

ଏସା କରେଁଗେ ତେଶା କରେଁଗେ

କେତେ ପଣ କର ଆଉ,

ଆଉ ତମ କାମ ଥରେ ହେଇଗଲେ

ଲାଙ୍ଗୁଡ଼ ମୋଡି ଚାଲିଯାଉ

ସେ ପୁରୁଣା କଥା ମ ଥାଉ

ପ୍ରତିଶୁତି ଚୁଲି କୁ ଯାଉ

ମୁଁ ଏବେ ନେତା ହେଲି ମାନେ

ମୋ ପକେଟ ଗରମ ହେଉ

ଯିଏ ଯାହା କହୁଛି କହୁ

ପାଞ୍ଚ ବରଷ ପାଇଁ ଶାସନ ପାଇଛି

ମୋ ଚଉଦ ପୁରୁଷ ଯେମିତି ଉଦ୍ଧାର ପାଉ

କିଏ ଜାଣେ ଏ ସୁଯୋଗ ଆଗକୁ ଆସିବ କି ନ ଆସିବ

କିନ୍ତୁ ଯାହା ହେବାର ଅଛି ଶୀଘ୍ର ଶୀଘ୍ର ହେଉ,

ବାପ ରେ ବାପ

କିଏ ଜାଣେ ଏ ଭିଜିଲାନ୍ସ ଲାଗିଯିବ

ସିଧା ମାମୁ ଡାଲି ଖାଇବୁ ଆଉ

ସେତେବେଳେ ଯିଏ ପଚାରିଲେ କହୁଥିବୁ

ଗୋଟେ ଖୁସି ଆଉ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract