STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ମାଟିର ବାସ୍ନା

ମାଟିର ବାସ୍ନା

1 min
175

ମାଟିର ମା କୁ ଭଲ ନ ପାଇଲେ

ସେ ଜନ୍ମ କିଶ ଲାଭ

ଯେତେ ବଡ ହୁଅ ଧନାଡ୍ୟ ବି ହୁଅ

ମାଟି ମାଆ ଦୁର୍ଲଭ ll


ତାରି କୋଳରେ ଜନମ ଲଭିଛୁ

କଟିଛି ଧୂଳି ଖେଳ

ଯୌବନ ଉଦ୍ଧାମ କଟିଛି ତା କୋଳେ

ପୁଣି ଆସିବ ଶେଷ ବେଳ ll


ତାର ଫୁଲ ଫଳ ପାଣି ଓ ପବନରେ 

ପୃଷ୍ଟ ହେଉ ଆମେ ଧାରାବାସୀ

ଚଳ ଚଞ୍ଚଳ ଏ ଦୁନିଆ ବୁକୁରେ

ଆମେ କି ହେଇ ପାରୁଛୁ ସୁଖୀ ll

ଝଡ ଝଞ୍ଜାର ମାୟା ଜାଲରେ

ଏ ମଣିଷ ଫସି ଯାଏ 

ମାଟିର ବାସ୍ନା ପାସୋରି ଯାଉଛି

ଜୀବନ ଟା ରୁକି ଯାଏ ll


ଯେତେ ଯାହା ହେଲେ ମାଟିର ମାଆକୁ

କେବେ ଭୁଲିବ ନାହିଁ

ଶେଷ ସମୟରେ ସେଇ ମା କୋଳେ

ଲୁଟି ଯିବୁରେ ତୁହି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract