STORYMIRROR

DR SAMIR RANJAN BEHERA

Abstract Comedy

4  

DR SAMIR RANJAN BEHERA

Abstract Comedy

ଜୀବନ ହେଲା ମୋ ଖଣ୍ଡିଆ ଦିଆସିଲି

ଜୀବନ ହେଲା ମୋ ଖଣ୍ଡିଆ ଦିଆସିଲି

1 min
369

ରୁପାଲୀ,

ଯେଉଁଦିନ ପିନ୍ଧିଲୁ ତୁ ନାଲି ଟିକିଲି

ମନ ଗଲା ଚହଲି,

ହୃଦୟ ଗଲା ଦୋହଲି,

ଛାତ ଉପରେ ଡେଲି ତୋତେ ଉଣ୍ଡିଲି,

ସ୍ୱୟନେ ସ୍ୱପନେ ତୋତେ ଖାଲି ଦେଖିଲି,

ପାଠ ହେଇଗଲା ଖଣ୍ଡିଆ ଦିଆସିଲି,

କ୍ଲାସରେ ଆନସାର ନଦେଇ ମାଡ ଖାଇଲି,

ସାଙ୍ଗ ମାନେ ତୋ ନାମ ଯୋଡି ଯେବେ କହୁଥିଲେ

ମୁଁ ଖୁସିରେ କୁରୁଳି ଉଠୁଥିଲି,

ମନରେ ଖାଲି ଭାବୁଥିଲି

ରୁପାଲୀ

କେବେ ହେବୁ ମୋ ଦୀଲ୍ ବାଲି ।।


ସେଦିନ ଛାତ ଉପରେ ବ୍ରସ୍ କରୁଥିଲି ,

ଆଜି ପ୍ରପୋଜଟା ମାରିଦେବି ଭାବିଲି,

ଦିଆସିଲି ଖୋଳରେ ଲଭ ଲେଟର ପୁରେଇଲି,

ଟିକେ ଭାରି ହେବା ପାଇଁ

ସେଥିରେ ଗୋଲ ଗୋଲ ନାଲି ଗୁଡ଼ି ଯୋଖିଲି,

ଚାତକ ପରି ଅନେଇ ରହିଲି

ରୁପାଲୀ ଯେବେ ଆସିବ ଛାତ ଉପରକୁ

ଫିଙ୍ଗିବି ତା ପାଖକୁ,

ଅପେକ୍ଷାର ଅନ୍ତଃହେଲା

ରୁପାଲୀ ଛାତ ଉପରେ ଦର୍ଶନ ଦେଲା,

ଆଜି କାହିଁକି ମୋ ଆଡକୁ ଖାଲି ଚାହୁଁଥିଲା

ଆଉ ଗୋଟେ ଜବରଦସ୍ତ ସ୍ମାଇଲଟେ ଦେଇଦେଲା,

ଇସ୍!


ଛାତିରୁ ଯେମିତି ହାର୍ଟଟା ଛିଣ୍ଡି ଆସୁଥିଲା,

ଖୁସିରେ ମୁଁ ଗୋଟେ ସିଟି ମାରିଦେଲି,

ଫ୍ଲାଇଙ୍ଗ କିସ୍ ଟେ ବି ଦେଇଦେଲି,

ସିଏ କଣ କଲା

ମୋ କିସ୍ ଟାକୁ ନେଇ ହୃଦୟ ଭିତରେ ରଖିଦେଲା,

ମୁଁ ଆଉ ରହିପାରିଲିନି

ଦିଆସିଲି ମିଶା ଚିଠିଟି ତାକୁ ଲକ୍ଷ କରି ଫିଙ୍ଗିଦେଲି,

ହେଲେ!

ହଟାତ ତା ମମି ପଶିଆସିଲା,

ତାଙ୍କ ଦେହରେ ଠୋ କରି ଦିଆସିଲିଟା ବାଜିଲା,

ସେ ମୋ ଆଡେ ଅନେଇଦେଲେ,

ମୋର ଦୁକୁଦୁକି ବନ୍ଦ ହେଲା ଭଳି ଲାଗିଲା,

ଏକ ଦୁଇ ବି ପେଣ୍ଟରେ ହେଇଗଲା,

ଶଙ୍କରା ରେ ତୋ ଲଭ୍ ଷ୍ଟୋରୀରେ

ଆରମ୍ଭରୁ ଭିଲିଆନ ପଶିଗଲା ।।


ତା ପରଦିନ ମୋ ରୁମ କବାଟ ଠକ୍ ଠକ୍ ହେଲା

ମୋ ହାର୍ଟ ବିଟ୍ ବଢ଼ିବାରେ ଲାଗିଲା,

ବାପ ଶଙ୍କରାରେ କାହିଁକି କିଳା ନେଉଥିଲୁ,

ଗାଁ ରୁ ମୁଢି ଟିଣ ଧରି ପାଠ ପଢି ଆସିଥିଲୁ,

କି ନିଶାରେ ଡୁବିଲୁ

ଏବେ କିଏ ବଂଚେଇବ କହିଲୁ,

ଧୀରେ ଧୀରେ କବାଟ ଖୋଲିଲି 

ଛେପ ଟିକେ ଟିକେ ଢୋକୁ ଥିଲି,

ସିକୁରିଟି ଟି କହିଲା,

ଶଙ୍କର ବାବୁ ତମେ ମେସ୍ ଆଡ଼ଭାନ୍ସ ଦେଇ ଥିବା

ହଜାରେ ଟଙ୍କା ଧରନ୍ତୁ,

କଲେଜ ରଷ୍ଟ୍ରୀକେସନ ଲେଟର୍ ଧରନ୍ତୁ,

ଆଉ ଯଥା ଶୀଘ୍ର ରୁମ ଖାଲି କରିଦିଅନ୍ତୁ ।।


କାନ ମୁଣ୍ଡ ଆଉଁସି ହେଲି,

ଗାଁକୁ ଯିବା ପାଈଁ ବସ ଷ୍ଟାଣ୍ଡ ମୁହଁଇଲି 

ରୁପାଲୀ ନିଶାରୁ ପୁରା ଉତୁରି ଗଲି

ଅନୁତାପ ନିଆଁ ରେ ସିନା ଜଳିଲି 

ହେଲେ ଜୀବନଟା ମୋର ହେଇଗଲା

ଖଣ୍ଡିଆ ଦିଆସିଲି  ।।



Rate this content
Log in

Similar oriya poem from Abstract