STORYMIRROR

DR SAMIR RANJAN BEHERA

Abstract Comedy Classics

3  

DR SAMIR RANJAN BEHERA

Abstract Comedy Classics

ବାଃ ବାଃ ରେ ଓଡ଼ିଆ

ବାଃ ବାଃ ରେ ଓଡ଼ିଆ

1 min
173

ଦିନେ ମେଳା ବୁଲି ଯାଇଥିଲି,

ହଟାତ ଗୋଟେ କୁନି ଛୁଆଟେ

କାନ୍ଦୁ ଥିବାର ଦେଖିଲି,

ପଚାରିଲି,

ଝିଅ ତୋ ବାପା ମା କାହିଁ

ଝିଅଟି କହିଲା ମୋ ବାପା ମା ନାହିଁ

ଭାରି ଦୟା ଲାଗିଲା,

ମନ ଦୁଃଖ ହେଲା,

ଝିଅଟିକୁ ନେଇ ସୂଚନା କେନ୍ଦ୍ର ନେଇ ଗଲି

ମାଇକରେ ଡାକରା କଲି

କିଛି ସମୟ ପରେ ଜଣେ ଭଦ୍ର ଦମ୍ପତି ଆସିଲେ

ଆଉ ଇଏ ଆମ ଝିଅ ବୋଲି କହିଲେ,

ମୁଁ ପଚାରିଲି

ଆଜ୍ଞା ଟିକେ ଆଗରୁ ଝିଅଟି କହୁଥିଲା

ତାର ବାପା ମା ନଥିଲା

ହେଲେ ଆପଣ ମାନେ ?


ସଙ୍ଗେ ସଙ୍ଗେ ଝିଅଟି କହିଲା

ଆଜ୍ଞା ଏ ହେଲେ ମୋ ମମି ଡାଡି

ଭଦ୍ରବ୍ୟକ୍ତି ଜଣକ କହିଲେ,

ଛୋଟ ଝିଅଟା,ତା କଥା ଧରନ୍ତୁନି

ବାପା ମା ର ଅର୍ଥ ସିଏ ଜାଣେନି,

ମୁଣ୍ଡ ମୋର ଘୁରିଗଲା

ଆଖି ଟେରା ହେଇଗଲା

ମନ ଗୁଣି ଗୁଣି ହେଲା

ବାଃ ବାଃ ରେ ଓଡ଼ିଆ l


ଥରେ ନାନୀ ଘରକୁ ଯାଇଥିଲି

ବଜାରରୁ କିଛି ଫଳ ନେଇଯାଇଥିଲି

ଚିଣ୍ଟୁ ଖେଳିସାରି ଆସିଲା

ଅଙ୍କଲ ଅଙ୍କଲ କହି କୁଣ୍ଢେଇ ପକେଇଲେ,

ପଚାରିଲା,

ଅଙ୍କଲ କଣ ଆଣିଛ ମୋ ପାଇଁ ?


ମୁଁ କହିଲି ତୋ ପାଇଁ ସେଓ କମଳା ଆଣିଛି

ମୁଁ ଖାଇବିନି କହି ପଳେଇଲା,

ଆରେ ଚିଣ୍ଟୁ କଣ ହେଲା

ମୋ ପାଈଁ ଅରେଞ୍ଜ ଆଣିନ

ତୁମ ସଙ୍ଗେ କଟି ହେଲା,

ମୁଣ୍ଡ ମୋର ଘୁରିଗଲା

ଆଖି ଟେରା ହେଇଗଲା

ମନ ଗୁଣି ଗୁଣି ହେଲା

ବାଃ ବାଃ ରେ ଓଡ଼ିଆ l


ଖଟରେ ଟିକେ ବସିପଡିଲି

ଓଡ଼ିଆ ଭାଷା ସ୍ଥିତି କେଉଁଠି

ଭାବିବାରେ ଲାଗିଲି,

ନାନୀକୁ ପାଣି ଟିକେ ମଗେଇଲି

ସଙ୍ଗେ ସଙ୍ଗେ ନାନୀ କହିଲା,

କୋଲ୍ଡ଼ ଦେବି କି ହଟ୍

ମୁଣ୍ଡ ଆହୁରି ଚକର୍ ମାରିଲା ,

ନାନୀ ପାଣି ନେଇ ଆସି ପୁଣି କହିଲା

ଆରେ ଲିଟିଲ ବ୍ରୋ ୱାସ୍ ରୁମ୍ ଯା,

ଫ୍ରେସ୍ ହେଇଯିବୁ

କେତେ ଟାୟାର୍ଡ଼ ହେଇଯାଇଥିବୁ,

ମୁଁ ଲଞ୍ଚ ରେଡି କଲିନି ଖାଇନେବୁ,

ମନ ଗୁଣି ଗୁଣି ହେଲା

ବାଃ ବାଃ ରେ ଓଡ଼ିଆ l


Rate this content
Log in

Similar oriya poem from Abstract