STORYMIRROR

Prasant Nath

Classics

4  

Prasant Nath

Classics

ଆଜିର ପତି ପତ୍ନୀ

ଆଜିର ପତି ପତ୍ନୀ

1 min
391

ଅଶୁଦ୍ଧ ହେଉଛି ପବିତ୍ର ଵନ୍ଧନ

   ପତିପତ୍ନୀ ମଧ୍ୟେ ଆଜି

ହୃଦୟର ଭାଷା ହୁଏ ବାଟ ବଣା

   ଏକା ଅଙ୍ଗୀ ସେଯେ ସାଜି। 


ନାହିଁ ପ୍ରେମ ଭାବ ଅନ୍ତରଙ୍ଗ ଭାବ

   ଭାବମୟ ପ୍ରେମ ରଥେ

ଅଭାବ ହେଉଛି ଵୁଝାବଣା ନିତି

  ସୁନା ସଂସାରର ପଥେ।  


ସଙ୍ଖା ସିନ୍ଦୂରକୁ ବଜାରେ କିଣିଣ

   ସଜାନ୍ତି ସେ କିଛି ଵେଳ

ଦେହ ମନ ସାଥେ କାମ ରଙ୍ଗ ଵୋଳି

   ଲିଭେଇ ଦିଅନ୍ତି ଖେଳ। 


ସୃଷ୍ଟିର ଆଧାର ହେଲେ ଟଳମଳ

   ସୃଷ୍ଟିକି ପାରିବ ତିଷ୍ଠି

ନଵ ସମ୍ଭାବନା ହେଇଯିବେ ଉଣା

  ମିଳିଵନି ଜାତି କୋଷ୍ଠି। 


ମଧୁର ସମ୍ପର୍କ ତିକ୍ତତାରେ ପୂର୍ଣ୍ଣ

   ଜୁଡୁଵୁଡୁ ଅହଂକାରେ

ଦୁହେଁ ଦୁହିଁ ପ୍ରତି ନୁହଁନ୍ତି ଆସକ୍ତ

   ଚାଲନ୍ତି ଧାରୁଆ ଧାରେ। 


ନାହିଁ ପ୍ରେମ ଭାବ ହୃଦରେ ବିଚ୍ଛେଦ

  ଯୋଡିଲେ ସମ୍ପର୍କ ମିଛ

ମନରେ ଭରୁଛି ପରଖିଆ ପ୍ରିତି

  ଭୁଲିଣ ସମ୍ପର୍କ ପଛ। 


ପବିତ୍ର ସମ୍ପର୍କ ରାଜ ଦାଣ୍ଡେ ଆଜି

   ହୁଅନ୍ତି ଟଣା ଓଟରା

ପତି ପତ୍ନୀ ରୂପ ଭୁଲି ଯାଇ ଦୁହେଁ

  ଭୋଗନ୍ତି ଦୁଃଖ ଅସରା। 


ମଧୁର ସମ୍ପର୍କେ ଆବୋଧ ହୁଅନ୍ତି

  ଅଗ୍ନିକୁ ରଖିଣ ସାକ୍ଷୀ

ଵିଚ୍ଛେଦର ପାଇଁ କାଗଜ କଲମେ

  ହସ୍ତରେ ସ୍ବାକ୍ଷର ଲେଖି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics