STORYMIRROR

Prasant Nath

Classics

4  

Prasant Nath

Classics

ଦୁହିତା

ଦୁହିତା

1 min
384


ଦୁହିତା ଜୀବନ ହୁଏ ହିନୀମାନ

  ସଂସାର ମଧ୍ୟରେ ଆଜି

ଜନମ ଦେଇଣ କିଏ ଫିଙ୍ଗି ଦିଏ

  ଜଠରରୁ ଯାଏ ହଜି। 


ଦୁହିତା ନୁହଇଁ କୁଳକୁ ତ ପିତା

   ଦୁଇ କୁଳ ହିତକାରୀ

ଵୁଝୁନି ନୃସଂଶ ତା'ର ଉପକାରୀ

   ଦଳି ଫିଙ୍ଗି ଦିଏ ମାରି। 


କେତେ ସେ ଲଢିବ ଏକା ଏକା ହୋଇ

   ଜୀବନକୁ ଦେଇ ବାଜି

ଅବଳା ଦୃର୍ଵଳା ସଵୁଠୁ କୋମଳା

   ସଂସାରେ ଯାଉଛି ହଜି। 


ପିତା ମାତା ଆଗ କରୁଛନ୍ତି ଘୃଣା

   ସମାଜ ତ ପଛ କଥା

ପିତା ମାତା ଯଦି ଦିଅନ୍ତେ ସୁରକ୍ଷା

   ନ ଵଢନ୍ତା ତାଙ୍କ ବ୍ୟଥା। 


କାହିଁ ତା'ର ପ୍ରତି ଏତେ ଘୃଣା ଭାବ

   ପିତା ମାତା କର ହତ୍ୟା

ଯେଉଁ ମାଆ ତାକୁ କରୁଅଛି ହତ୍ୟା

   ସେ ଵି କାହାର ଦୁହିତା। 


ତା'ର ଜନ୍ମ କ'ଣ ନାଳ ନର୍ଦ୍ଦମାରେ

   ପଚି ସଢ଼ି ମରିବାକୁ

ଜନ୍ମଧାତ୍ରୀ ଯଦି ହୋଇଵ ବଇରି

    ସୁରକ୍ଷା କେ ଦେବ ତାକୁ। 


ସମାଜରେ କିବା ନାହିଁ ତା'ର ସ୍ଥାନ

   ବଞ୍ଚିବାର ଅଧିକାର

ବିନା ଦୋଷେ କିମ୍ପା ଜନ୍ମ ଦେଇ ତାକୁ

  ଦିବାଲୋକେ ହତ୍ୟା କର। 


ଦୁହିତା ଜୀବନ ଖଣ୍ଡାର ଧାରରେ

   ମଝିରେ ହୋଇଛି ଠିଆ

କେଵେ ଜନ୍ମ ହେଇ କେବେ ସେ ଗର୍ଭରେ

   ଲିଭି ଯାଉଛି ତା ହିଆ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics