STORYMIRROR

Prasant Nath

Romance

4  

Prasant Nath

Romance

ଅକୁହା କଥା

ଅକୁହା କଥା

1 min
377

ଦୂରେ ଵହୁ ଦୂରେ ତୁମେ ପ୍ରିୟତମା

  ମୁହିଁ ତ ପରଦେଶରେ

ତୁମ କଥା ଭାଳି ହେଉ ଥିଏ ଝୁରି

  ତୁମ ଅକୁହା କଥାରେ। 


ଜହ୍ନ ନ ଆସିଲେ ତାରା ମେଳେ ଖୋଜେ

  ତୁମକୁ ଦେଖିବା ପାଇଁ

ରାତି ଅନ୍ଧାରରେ ସ୍ବପ୍ନ ଭାଙ୍ଗିଗଲେ

  ଥାଏ ମୁଁ ତୁମକୁ ଚାହିଁ। 


ଖୋଜେ ମୁଁ ତୁମକୁ ଶୟନେ ସପନେ

   ଜାଗରଣରେ ପ୍ରତି କ୍ଷଣେ

ଭାବନାରେ ମୁହିଁ ଖୋଜି ହେଉଥାଏ

   ଦେଖିବାକୁ ସେଇ ଜଣେ। 


ଯେତେ ଵୁଝାଇଲେ ଵୁଝେ ନାହିଁ ମନ

   ତୁମ ବିନା ପ୍ରିୟତମା

ଦୂର ଵାରତାରେ ପ୍ରିତି ଆଳାପରେ

   ଖୋଜି ପାଏ ନାହିଁ ଜମା। 


ତା'ର ମିଠାକଥା ସଵୁ ତ ଅକୁହା

  ମନେ ଭରିଥାଏ ପ୍ରିତି

ପ୍ରତି ରଜନୀ ମୋ ଭାଵନାରେ ଵିତେ

   ହୃଦୟରେ ବଢି ତାତି। 


ଭାବର ରାଇଜେ ମୁଁ ଭାବ ବଣିକ

   ପ୍ରିୟା ମୋର ଵହୁ ଦୂରେ

ପ୍ରେମର ବାଣିଜ୍ୟ କରିବି କିପରି

   ସପନରେ ପ୍ରେମ ସରେ। 


ଅକୁହା କଥାକୁ ମନରେ ସାଇତି

  ରଖିଥାଏ ସବୁ ବେଳେ

ଉପରେ ଉପରେ ହସୁଥାଏ ସିନା

  ଜଳୁଥାଏ ମନ ତଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance