STORYMIRROR

Prasant Nath

Classics

3  

Prasant Nath

Classics

ସେଵା

ସେଵା

1 min
173


ଆଭୁଷଣ ଯେତେ କରିଲେ ଭୁଷଣ

   ଶରୀର ହୁଅଇ ପୂର୍ଣ୍ଣ

ସେଵା ଧର୍ମ ବିନା ଜୀଵନ ତ ଶୂନ୍ୟ

  ସଂସାରରେ ତୁମେ ଗନ୍ୟ। 


ଗୃହସ୍ଥ ଜୀବନ ପିତା ମାତା ସେଵା

  ଅଟଇଟି ମହା ପୂଣ୍ୟ

ଦୁଃଖୀ ରଙ୍କୀଙ୍କର ସେଵା କରୁଥିଲେ

   ଜୀଵନ ହୋଇଵ ଧନ୍ୟ। 


ଅସହାୟ ନିରାଶୟ ଲୋକଙ୍କୁ ଯେ

   ହେଉଥିଲେ ତୁମେ ସାହା

ଦୁନିଆଁ ଦାଣ୍ଡରେ ଲଭିଵ ମୁକତି

   ମିଳୁଥିବ ନୂଆ ରାହା। 


ସେଵା ଧର୍ମ ଠାରୁ ଦୁନିଆଁରେ ଆଉ

   ନାହିଁ କିଛି ବଡ଼ ପରା

ଦାନ ଧର୍ମ ଠାରୁ ଶହେ ଗୁଣ ପୂଣ୍ୟ

   ରହଇ ଜୀଵନ ସାରା। 


ମାନଵ ସେଵା ହିଁ ମାଧବଙ୍କ ସେଵା

   ହେଜି ରଖ ସର୍ଵ ମନେ

ମାନଵ ଦେହରେ ନାରାୟଣ ଛନ୍ତି

   ସେଵା କର ସର୍ଵ ଜନେ। 


ଗୁରୁ ଗୁରୁଜନେ ଦେଇ ମନ ଧ୍ୟାନ

  କରୁଥିଲେ ସେଵା ଧର୍ମ

ସତ ତୀର୍ଥ ଯାତ୍ରା ଫଳ ମିଳୁଥାଵ

   ଵିଫଳ ନହେବ କର୍ମ। 


କାଠ ପାଷାଣକୁ ପୂଜୁଛ ହେ ତୁମେ

  ଦେଇ କେତେ ଧୂପ ଦୀପ

ଥରେ କରିଦେଖ ସେଵା ଧର୍ମ ତୁମେ

   ମନରେ ନଭାଵି କୋପ। 


ନିଃସ୍ଵାର୍ଥ ଭାବନା ସେଵା ଅଟେ ସିନା

   ସେବାକୁ ନ କର ଘୃଣା

ମନ ପ୍ରାଣ ଦେଇ ସେବା କରୁଥିଲେ

  ସୁଜନେ ହୋଇବ ଗଣା।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics