STORYMIRROR

Mahesweta Panigrahi

Classics Inspirational Others

4  

Mahesweta Panigrahi

Classics Inspirational Others

ଚିଲିକା ଉପମା

ଚିଲିକା ଉପମା

1 min
230


ନୀଳ ଜଳରାଶି ଢେଉ ଢେଉ କା,

ଚାଲିଛି ତୋର ଦେହେ ନଉକା,

ଦେଖିବାକୁ ମୁଁ ଖୋଜେ ମଉକା

ନାଁ ଟି ଯାହାର ଅଟେ ଚିଲିକା।


ଶୋଭା ଯେ ତାହାର କି ମନଲୋଭା,

ଉତ୍କଳ ପ୍ରଦେଶେ ସତେ ସେ ରମ୍ଭା,

ସୌନ୍ଦର୍ଯ୍ୟ ତାହାର ପ୍ରକଟେ ପ୍ରଭା,

ଯୋଗ୍ୟା ନୁହଁ ତା'ର ଉପମା ଦେବା।


ବିଦେଶୁ କେତେ ଯେ ଆସନ୍ତି ପକ୍ଷୀ,

ପର୍ଯଟକ ଚାହେଁ ତା'କୁ ନିରେଖି,

ଦୋଳି ଖେଳ ଯାଏ ଏ ମନ ଲାଖି,

ଦେଖିବା ଆଖି ହିଁ ସର୍ବଦା ସାକ୍ଷୀ।


କହିବାକୁ ଯେତେ କଥା ସରସ,

ରେଳଗାଡ଼ି ପରେ ହୋଇ ହରଷ,

ମୋହି ନିଏ ମନ ଅପୂର୍ବ ଦୃଶ୍ୟ,

ନୟନ ଯୁଗଳ ହୋଇବ ତୋଷ।


ରଖିଛୁ ମାଆଙ୍କୁ କୋଳରେ ନେଇ,

ବିପଦେ ଆପଦେ ସାହା ସେ ହୋଇ,

ରଖିଥିବ ସଦା ଘଣ୍ଟ ଘୋଡାଇ,

ପ୍ରତ୍ୟକ୍ଷ ଦେବୀ ସେ ମା' କାଳିଜାଇ।


ଚିଲିକା ଗୋ ତୁମ ସୌନ୍ଦର୍ଯ୍ୟ ଭାବି,

ଲେଖି ଯାଇଛନ୍ତି କେତେ ଯେ କବି,

ମରାଳ ମାଳିନୀ ନୀଳାମ୍ବୁ ଛବି,

କଲମ ଧାରେ କି ମୁଁ ବର୍ଣ୍ଣି ପାରିବି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics