STORYMIRROR

Mahesweta Panigrahi

Others

3  

Mahesweta Panigrahi

Others

ଜନ୍ମଦିନ

ଜନ୍ମଦିନ

1 min
204


ବରଷକେ ଥରେ ନୂଆ ବେଶ ନେଇ

ଆସେ ମୋ ଜନମ ଦିନ 

ଖୁସି ଉପରକୁ ଦୁଃଖ ବେଶୀ ଦିଏ

ବୁଝାଇ ନିଏ ମୁଁ ମନ।


ପିଲାଦିନେ ସିନା ବଡ ହେଉଥିଲି

ମଜା ଲାଗୁଥିଲା ଭାରି 

ଏବେ ତ ଯାଉଛି ବୟସଟା ଖସି

ଜୀବନଟା ଲାଗେ ଭାରି।


ମନେପଡେ ସେଇ ପିଲାଦିନ କଥା

ନୂଆ ଜାମା ପ୍ୟାଣ୍ଟ୍ ଆଣି 

ବାପା ଦେଉଥିଲେ କେତେ ଯେ ଖେଳନା

ମୋ ମନ କଥାକୁ ଜାଣି।


ଭଳି ଭଳି ମାଆ ରାନ୍ଧି ଦେଉଥିଲା

ଖୁଆଉ ଥିଲା ବଳେଇ 

ସାଙ୍ଗ ସାଥି ମେଳେ ଦିନ କଟୁଥିଲା

ଗରବରେ ଛାତି ଫୁଲେଇ।


ବୟସ ଆସିକି ଚାଳିଶି ଟପିଲା

ଜନମ ଦିନର ଖୁସି 

ଲାଗୁନାହିଁ ଜମା ଆଗଭଳି ଆଉ

ବୟସ ଯାଉଛି ଖସି।


ଯାହା ବି ମଉଜ ନିଜ ପକେଟରୁ

ନାହିଁ କେହି ଦେବ ଜଣେ 

ଟଙ୍କା ନୁହଁ ସେ ତ ହୃଦୟ ଗୋଲାପ

ପାଖୁଡ଼ା ପାଖୁଡ଼ା ଗଣେ।


ଆହା କି ସତରେ ଫେରିଥାନ୍ତା ଥରେ

ମୋର ସେଇ ପିଲାଦିନ 

ଆଉ ଏ ଜୀବନେ ବଡ ନ ହୁଅନ୍ତି

କରି ଦେଇଥାନ୍ତି ପଣ।


ଜୟ ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍