STORYMIRROR

Mahesweta Panigrahi

Romance Others

4  

Mahesweta Panigrahi

Romance Others

ଏଇ କି ପ୍ରେମ

ଏଇ କି ପ୍ରେମ

1 min
20

ତୁମ କଥା ଏତେ ଭଲଲାଗେ ମୋତେ

କାହିଁକି କେଜାଣି କୁହ!

ଥିଲେ ବି ଅବଶ ଫୁଟି ଯାଏ ହସ

ଚମକେ ଶୁଖିଲା ମୁହଁ।


ତୁମେ କୁହ ଏହା ଲକ୍ଷଣ ପ୍ରେମର

ମୋତେ ଲାଗେ ଜମା ନୁହଁ,

ଏମିତି ସତେ କି ହୋଇଥାଏ ପ୍ରେମ

ଗଡିଛି ସମୟ ସୁଅ।


କହିବା ଶୁଣିବା ଭିତରେ ତୁମେ ଯେ

ଭଲ ପାଇବାର ଶ୍ରେୟ,

ଦିଅ ନାହିଁ ଜମା ଭଲ ପାଇବାକୁ

ସେଥିରେ ବହୁତ ମୋହ।


ପ୍ରେମ କି ସହଜ କୁହ ଥରେ ମୋତେ

ସେ ପ୍ରଳୟ ଅଗ୍ନିର ସୁଅ,

ଲଂଘିବାକୁ କେବେ ଚିନ୍ତା ହିଁ କରିନି

ଥିଲା ଯାଏଁ ଏ ଦେହ।


ଅନାସକ୍ତ ଭାବ ଥିଲେ ହୃଦୟରେ

ଲାଗେନା କିଛି ବି ପ୍ରିୟ,

ଆସକ୍ତି ରଖିବି କେଉଁ କାରଣରୁ

ପୀରତିକୁ ମୋର ଭୟ।


ଶୁଣିଛି ପୀରତି ଅଖାଡୁଆ ଅତି

ଅଡ଼ୁଆ ସୂତାର ଖିଅ,

କାଳେ ପଡ଼ିଯିବି ଏହାର ମୋହରେ

ବଢିଯିବ ତା'ର ଶ୍ରେୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance