STORYMIRROR

Mahesweta Panigrahi

Others

3  

Mahesweta Panigrahi

Others

କ୍ଷମତା

କ୍ଷମତା

1 min
144


କ୍ଷମତାରେ ଥିଲେ ଅନେକ 

କ୍ଷମିବା ଗୁଣ କଦାଚିତ୍ ଥାଏ,

କ୍ଷଣ କ୍ଷଣକୁ ବଦଳି ଯାଉଥାଏ ନିଷ୍ପତି 

କ୍ଷଣ ଭଙ୍ଗୁର ସମୟର ତୀବ୍ରତାଟି 

କ୍ଷୁର୍ଣ୍ଣ ହେଲା ଭଳି ଲାଗେ ସେଠାରେ 

କ୍ଷୁବ୍ଧ ପାରିପାର୍ଶ୍ଵିକ ପରିସ୍ଥିତି 

କ୍ଷମତାର ପରିପାଟୀ ନେଇ 

କ୍ଷାର ଅମ୍ଳ ଆଉ ଅଶୁଦ୍ଧତା 

କ୍ଷିରୀକୁ ବିଷାକ୍ତ କରିଦିଏ 

କ୍ଷିପ୍ର ହୋଇଯାଏ ଶବ୍ଦର ନୀରବତା 

କ୍ଷୁଦ୍ର ହୃଦୟଟି ଚିତ୍କାର କରେ 

କ୍ଷାନ୍ତ ରହେ, ଦୁରେଇ ଯାଏ 

କ୍ଷୀଣ ଅସ୍ତିତ୍ୱକୁ ହରେଇ ପାରେନା 

କ୍ଷତାକ୍ତ ମନକୁ ଜାବୁଡ଼ି ଧରେ 

କ୍ଷତି ସହେ, ମୁଣ୍ଡ ନୂଆଏଁ 

କ୍ଷମତାକୁ ମାନିନିଏ, ଆଦରି ନିଏ, ଅବୁଝା ମନକୁ ବୁଝେଇ ଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍