STORYMIRROR

Mahesweta Panigrahi

Fantasy

3  

Mahesweta Panigrahi

Fantasy

ବରଷା ରାଣୀ

ବରଷା ରାଣୀ

1 min
152


କୋମଳ ହୃଦୟ ଦରଦୀ ମନ,

କିଏ ସେ କହିଲା କଥା ଗୋ ଟାଣ,

ସତରେ କି ଅବା ତୁଟିଲା ରାଣ,

ବର୍ଷା ଗୋ କାହିଁ କଥା କହୁନ।


ରାଗିଛ କି ଅବା ଋଷିଛ କୁହ,

ଗଡ଼ାଇ ଚାଲିଛ କିପାଇଁ ଲୁହ,

ଆକାଶେ ବିଜୁଳି ଦିଏ ଆଲୁଅ ,

ମେଘ ପରେ କିବା ହେଲା ସନ୍ଦେହ।


ବରଷା ରାଣୀ ଗୋ ବରଷା ରାଣୀ,

କହିଦିଅ ବାରେ ତୁମ କାହାଣୀ,

କହିଲେ ସିନା ମୁଁ ପାରିବି ଜାଣି,

ଦରଦ ଭରିବି ମଲମ ଆଣି।


ଭାବିଚିନ୍ତି କୁହ ଗୋଟିଏ କଥା

ଲୁହ ର ସାଗର କୋହ ର ବ୍ୟଥା,

ନିଜର ଦିଅନ୍ତି ପରେ ଅନ୍ୟଥା

ଘୁରାଇ ଦେବ ଗୋ ଜାଣିଲେ ମଥା।


ସବୁ ଜାଣି କିଆଁ ଅଜଣା ହୁଅ,

ଗଡ଼ାଇ ଚାଲିଛ ଅମୂଲ ଲୁହ,

କିଏ କହିବେନି ତୁମକୁ ଓହୋଃ

ନିଜ ବାଟ ନିଜେ ବାଛି କି ନିଅ।


ଧରଣୀ ହସେ ଗୋ ତୁମେ ହସିଲେ ,

ଝରିବ ଅମୃତ ତୁମେ କହିଲେ,

କଷ୍ଟ ହୁଏ ସତ ସବୁ ପହିଲେ,

ଜୀବନ ଚାଲିବ ସବୁ ସହିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy