STORYMIRROR

ABADHOOT PANDA

Action Fantasy Others

4  

ABADHOOT PANDA

Action Fantasy Others

ଓଃ ମୋ ବୋଉ

ଓଃ ମୋ ବୋଉ

2 mins
37

❤❤❤🙏🏼❤❤❤

ଓଃ ମୋର ବୋଉ 

ଏନ୍ତୁଡ଼ି ଶାଳରେ କୁଆଁ କୁଆଁ ରଡ଼ି ଛାଡ଼ିଲି ମୁହିଁ,

କୋଳେଇ ନେଲା ଆଈମା,ବୋଉ  ରହିଲା ମୁହଁକୁ ଚାହିଁ l


ସଦ୍ୟ ଜାତ ଶିଶୁ ଥିଲି ମୁହିଁ ଜାଣେନା କିଏ ପର କିଏ ଅପର,

ଆଖି ମିଟି ମିଟି କରି ପାଟି ଚାକୁ ଚାକୁ ପିଏ ମୁଁ ମା କ୍ଷୀର l


କାନ କୁଣ୍ଡଉ କୁଣ୍ଡଉ ଗଡ଼ି ଚାଲେ ପଚିଶ ବରଷ ସମୟ ଚକ,

ବାଲ୍ୟ କୌଶୋର ଅବସ୍ଥା ଅଙ୍ଗେ ନିଭାଇ ହୁଏ ମୁଁ ଯୁବକ l


ପାଠ ଶାଠ ପଢ଼ି ଚାକିରୀ କରି ହୁଏ ମୁଁ ହାତକୁ ଦିହାତ,

ପାଠୁଆ ବୋହୁ ପାଇ ବୋଉ ହେଲା ଖୁସି ବଢ଼ାଇ ଦିଏ ମୁଁ ସରଗକୁ ହାତ,


ବୋଉକୁ ଯାଏ ଭୁଲି ନଖାଏ କେବେ ମୁଁ ଗାଁରେ ତା ହାତ ରନ୍ଧା ଭାତ l

ତଥାପି ମୋ ବୋଉ ଅନ୍ତରେ କୋହ ଚାପି,ଚାହେଁନା କେବେ ସିଏ ମୋ ଅହିତ l


ବୋଉ ମତେ କୋଳେ ଧରିଥିଲା କେବେ ଆଜି ପଡ଼େନା ମୋ ମନେ,

ବୋଉ ମୋର ଆଜି ବିଧବା ବୁଢ଼ୀ 

ମାଗେ ସାହାରା ଟିକେ ବିକଳ ମନେ l


ବଡ଼ ଅଫିସର ବନିଛି ଆଜି ମୁଁତ କମ୍ୟୁଟର ଯୁଗର ପିଲା,

ଘର ଖଣ୍ଡେ ଠିଆ କରିଛି ସହରେ ମୁହଁକୁ କରି ମୋ କଳା l


ବଙ୍କା ବାଟେ ଆଜି ଗାଡ଼ି ମଟର ପାଇଛି ମୁଁ ସବୁ,

ଡେଲି ପାର୍ଟୀ ମିଟିଂ କରେ ଆଟେଣ୍ଡ ସାଜି ମୁଁ ସହରୀ ବାବୁ l


ଘରକୁ ଫେରେ ରାତିରେ ଟାଙ୍କେ ପାନ କରି ସୋମରସ,

ଭୁଲି ଯାଏ ମୁଁ ବୋଉର କୋଳ ପାନ କରି ସ୍ତ୍ରୀ ପ୍ରେମରସ l


ରାତି ସାରା ଟଙ୍କା ଗଣି ଗଣି ବେଦମ ସକାଳୁ ଉଠିଲେ କାନେ ମୋ ବାଜେ,

" ଛାଡ଼ି ଦେରେ ଧନ ମୋର ସବୁ ବାଜେ କାମ ଆଉ ସାଙ୍ଗ ବାଜେ l


ମଣିଷ ପରିକା ଟିକେ ରହରେ ବଞ୍ଚି 

ବାବୁ ଏଇ ଦୁନିଆଁ ବୁକେ,

ବାପ ଅଜାଙ୍କର ଲିଭିଲା ନାଁ -ଦୀପରେ ଘିଅବତୀ ରଖି ଜାଳିଦେ ଟିକେ l


ପୂରୁବ ପୁରୁଷର ଭିଟା ମାଟିକୁ ଉଠିଆ କର ବାବୁ,

ଚାକିରୀ ପରେ ସହର ଛାଡ଼ି ନିଜ ଗାଁରେ ସାଜ ବାବୁ l


ମଳି ମୁଣ୍ଡିଆ ଗାଉଁଲି ଲୋକଙ୍କ କରିବୁ ହିତ,

ପ୍ରଶଂସା ଖାତିରି ପାଇବୁ ତୁ ଅବସର ପରେ ନିରାଟ ସତ l"


ବୋଉ ପାଟିରୁ ଏ ବଚନ ଶୁଣି ବୁଲେ ମୋ ମୁଣ୍ଡ,

ସ୍ତ୍ରୀ ପ୍ରେମେ ହୁଏ ପାଗଳ ଖୋଲେନା ମୋ ତୁଣ୍ଡ l


ଚାହୁଁ ଚାହୁଁ ମାସ ଆଶ୍ଵିନ ସରି 

କାର୍ତ୍ତିକ ବ୍ରତ ହେଲା ଆରମ୍ଭ,

ପାଇଲି ମଉକା ଖୋଲିଲା ମୋ ତୁଣ୍ଡ କଥା ହେଲା ମୋ ଆରମ୍ଭ l


" ବୋଉଲୋ ବୋଉ ଶୁଣୁ ଆସିଗଲାଣି ତୋର ହବିଷ ବେଳ,

ବାନ୍ଧି ଦେ ଆଜିଠୁଁ ତୋର ପୁଡ଼ା ପୁଟୁଳି କାଲି ଯିବା ବଡ଼ି ଭୋରରୁ ସହଳ l


ପରଦିନ ଶୀତ ସକାଳୁ ନିଜ ଇଣ୍ଡିକାରେ ବସେଇ ଡ୍ରାଇଭିଂ କରି ବୋଉକୁ ମୋ ନେଲି,

ଶ୍ରୀକ୍ଷେତ୍ର-ବଡ଼ ଦାଣ୍ଡ-ଧର୍ମଶାଳେ ଥଇ ଥାନ କରି ଆସିଲି ଚାଲି l


ଓଃ ଓଃ ହଟିଗଲା ବଡ଼ ବୋଝ ମୋ ମୁଣ୍ଡୁ ମନଟା ହେଲା ଉଶ୍ୱାସ,

ଖାଇ ମଟନ୍ ବିରିୟାନୀ ପେଟେ କଲି ପଲଙ୍କେ ନିଦ୍ରାଦେବୀ କୋଳେ ନିବାସ l

( ରଚୟିତା : Abadhoot Panda, Cuttack.)

❤❤❤❤❤❤❤❤



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action