STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ସିଦ୍ଧି ଦାତ୍ରୀ

ସିଦ୍ଧି ଦାତ୍ରୀ

1 min
148

ନମସ୍ତେ ନମସ୍ତେ ମାତ ନମୋ ସିଦ୍ଧି ଦାତ୍ରୀ 

ପୂଜା ପାଉ ମାଲୋ ଯେବେ ଆସେ ନବରାତ୍ରୀ ।


ପଙ୍କଜ ବାସିନୀ ମା ' ଲୋ ପଞ୍ଚାସ୍ୟ ବାହୀନି

ଅନନ୍ତ ଅତୁଳ ବିଭା ବିଭୁତି ଦାୟିନୀ ।


ଧନ୍ୟ ଧନ୍ୟ ଲୋ ଜନନୀ ଧନ୍ୟ ତୋ ମହିମା

କେହୁ ଅବା ବର୍ଣି ପାରେ ତୋର ଗୁଣ ସୀମା ।


ବିଶ୍ଵ କର୍ତ୍ତ୍ରୀ ଭାବେ ତୁ ଲୋ ବିଶ୍ୱକୁ ନିର୍ମାଣ

 କରି ପାଳୁ , ସର୍ବ ଜୀବେ ଭରି ସ୍ନେହ ପ୍ରେମ ।


ବିଦ୍ୟା, ବୁଦ୍ଧି, ସିଦ୍ଧି, ଜ୍ଞାନ , ବୈଭବ ସଂପନ୍ନ

ହୁଅନ୍ତି ମାନବ , ମାନେ କରି ତୋ ପୂଜନ ।


ଜୟ ଜୟ ଆଦି ମାତ  ମହା ସିଦ୍ଧି ଲାଭ

ତୋର ସୁପ୍ରସନ୍ନେ ମିଳେ , ଅତୁଳ ବିଭବ ।


ତୁହି ମହା ମ।ୟୀ କରୁ ଭକତ କଲ୍ୟାଣ

ଭକ୍ତି ଭରେ ଉପାସନା ବିଧି ଓ ବିଧାନ ।


ପାଳନ , କରି , ଯେ ଜନ ପୂଜା କରେ ତୋତେ

ମହା ମାୟି , ସୁପ୍ରସନ୍ନ ତାକୁ ଅବିରତେ  ।


ହୋଇ ବର , ଦେଇ ଥାଉ , ଆଲୋ ସିଦ୍ଧି ଦାତ୍ରୀ 

ଅନାଦି , ପରମ ବ୍ରାହ୍ମୀ , ତୁ ଲୋ ମହା ଗୌରୀ ।


ଚତୁର୍ଭୁଜା , ଶକ୍ତି ସ୍ୱରୂପା ଗୋ ମାତା ,ସିଂହ

ବାହନ , ତୋହର , ତେଜ ଆହାକି ସୁଦିବ୍ୟ ।


ନବ ରାତ୍ରୀର ଅନ୍ତିମ ପର୍ଯ୍ୟାୟରେ ପୂଜା

ଲଭୁ ତୁହି ଲୋ ଗୋଲାପୀ ବର୍ଣ୍ଣରେ ତୋ ଶ୍ରଦ୍ଧା ।


ଶୁଦ୍ଧ ପବିତ୍ର ଉତ୍ସାହ ଜାଗୃତି ଭଣ୍ଡାର 

ପରିପୂର୍ଣ୍ଣ। ଥାଉ ତୁ ଲୋ ମାତ ନିରନ୍ତର ।


ଅର୍ଦ୍ଧ ନାରୀସ୍ୱରର ତୁ ଅନନ୍ୟ ଦୃଷ୍ଟାନ୍ତ

ଶଙ୍ଖ ଚକ୍ର ଗଦା ପଦ୍ମରେ ଚତ୍ୱାର ହସ୍ତ ।


ଶୋଭା ପାଇଥାଏ ମା ଗୋ ସିଦ୍ଧି ଦାତ୍ରୀ 

ଅଷ୍ଟ ସିଦ୍ଧି , ଅଷ୍ଟ ନିଧି , ପ୍ରଦାୟକ ତୁହି  ।


ନମସ୍ତେ ନମସ୍ତେ ମାତ ନମୋ ସିଦ୍ଧି ଦାତ୍ରୀ 

ତୋ ସେବାରେ ଆସାଧ୍ୟକୁ ଅନାୟାସେ ସାଧି ।


ଲଭନ୍ତି ଭକତି କରି ଜନେ ଦିବ୍ୟ ଫଳ

କୃପା କଲେ କରୁ ତୁ ଲୋ ଅଶେଷ ମଙ୍ଗଳ ।


ପ୍ରଣାମ ଘେନ ଲୋ ମାତା ମହା ସିଦ୍ଧି ଦାତ୍ରୀ 

ଭକ୍ତି ଭରେ ତୋ ଚରଣେ ଜଣାଏ ପ୍ରଣତି ।



Rate this content
Log in

Similar oriya poem from Abstract