STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଅମୃତର ଏ କାଳ

ଅମୃତର ଏ କାଳ

1 min
185


ଆଷାଢ଼ ଶ୍ରାବଣ ଭାଦ୍ରବ ମାସ

ରାଜନୀତି ଦଳ କରେ ଅଭ୍ୟାସ

ସତ୍ତା ପାଇବାର ରଖିଛି ଆଶ

ଯୋଡ଼ିହେଉଛନ୍ତି ହୋଇ ନିରାଶ 

    ବେପାର ବିନାଶ 

କରିବେ କିପରି ପୁଣି ସେ ଚାଷ !


କରି ଭ୍ରଷ୍ଟାଚାର ହେଲେ ସମ୍ପନ

ଦେଶ କରିଲେ ଅତି ହୀନିମାନ 

ନିଜ ପରିବାରେ ଧ୍ୟାନ ରଖିଲେ 

ଦେଶପ୍ରେମପ୍ରୀତି କାହିଁ କରିଲେ

     ଅତି ଭୟଭୀତ 

ଦଳ ଦଳ ଏବେ ହୁଏ ଜଡ଼ିତ !


ନୂଆ ଇତିହାସ ଲେଖୁଛି ଦେଶ

ଜନତା କଲ୍ୟାଣ ପାଇଁ ଉଦେଶ୍ୟ 

ଭ୍ରଷ୍ଟାଚାର ଏବେ ଦୂର ହେଉଛି

ଆତ୍ମନିର୍ଭର ଟି ଦେଶ ସାଜୁଛି

    ଗାଁ ଉନ୍ନତି ପଥେ

ସବୁତ ସୁବିଧା ବିକାଶ ସାଥେ !


ରୋକିବା ପାଇଁ ଏପରି ଶାସନ

ଜଡ଼ିତ ଟି ଭୁଲି ମାନ ସମ୍ମାନ

ବେପାର ତାଙ୍କ ଯହୁଁ ବଦନାମ

I.N.D.I ତହୁଁ  ଦଳର ନାମ

   ଚେହେରା ଟି ଏହୁ 

ନାମ ହିଁ ଦଳର କଲେ ଟି ସେହୁ!


ଚନ୍ଦ୍ର ଲୋକେ ପାଦ ପଡ଼ିଲା ଯହୁଁ

ହେଲା ଶକ୍ତିଶାଳୀ ଭାରତ ତହୁଁ

ଯହୁଁ  ଡିଜିଟାଲ ନୂଆ  ଭାରତ 

ପରିବାରବାଦ  ହୁଏ  ସମାପ୍ତ

   ତାହାରି ପାଇଁରେ

ଜଡ଼ିତ ଟି ଦଳ ତାର ଭୟରେ !


ଗୌରବ ଆଣନ୍ତି ଦେଶକୁ ଜାଣି 

ଖୁସିରେ ଅଛନ୍ତି  ଜନତା ପୁଣି

ନାହିଁ ଜାତିଭେଦ ସମାନ ଭାବ

ସମାନ  ସୁବିଧା ଶାସନ ରାବ

    ମିଳୁ ଛନ୍ତି ଦଳ

ସତ୍ତାର ନିମନ୍ତେ ଏ ଦଳ ବଳ !


ରାମରାଜ୍ୟ ପରି ଦେଶେ ଶାସନ

ସହି ନ ପାରନ୍ତି ବିରୋଧୀ ଜନ

ସତ୍ତା ନ ମିଳିବ ଭାବିଣ ମନେ

ଦଳ ମିଳୁ ଛନ୍ତି ସତ୍ତାର ଧ୍ୟାନେ

    ଜନତା ଦେଖୁଛି

ମୁଚୁକି  ମୁଚୁକି  ଜନ ହସୁଛି !!


ନୂଆ ଏ ଭାରତ ଭାଇ ଓ ବନ୍ଧୁ

ଅମୃତ କାଳର  ପ୍ରୀତିର ସିନ୍ଧୁ

ଡିଜିଟାଲ  ତହୁଁ  ଜନତା ପୁଣି

ଜାଣି ଛନ୍ତି ସବୁ ତାଙ୍କ କାହାଣୀ 

    ମୂର୍ଖ ନୁହେଁ କେହୁ

ଜବାବ କୁ ଦେବ ସମୟେ ସେହୁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract