STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
158


କୃଷ୍ଣ  ପକ୍ଷରେ  ଭାଦ୍ରବ ମାସର


ଜନ୍ମାଷ୍ଟମୀ  ତିଥି  ଜନ୍ମ  ପ୍ରଭୁର


ଜନ୍ମ ମର୍ତ୍ତ୍ୟ ଧାମେ ସେ ନିରାକାର 


ଧରି ନର ରୂପ ଦେବକୀ ଗର୍ଭେ ସେ


ପାପୀ ନାଶ ପାଇଁ ଜନ୍ମ ଯେ


ମାରିବେ ଲମ୍ପଟ ମାତୁଳ କଂସକୁ


ମାତାଙ୍କୁ କରିଛି ବନ୍ଦି ଯେ !!


ବନ୍ଦି  କରିଅଛି  ପିତାକୁ  ତାର


ରାଜା ଉଗ୍ରସେନ ନାମ ତାଙ୍କର 


ରାକ୍ଷସ ପ୍ରବୃତ୍ତି ଅଟେ  କଂସର


ଦଣ୍ଡିତ କରିଛୁ ସଦା ଭକ୍ତଙ୍କୁ ସେ


ନାହିଁ ଧର୍ମ ଜ୍ଞାନ ତା'ର ଯେ


ସ୍ବାମୀ ଭଉଣୀର ବସୁଦେବ ଙ୍କୁ


ବନ୍ଦି କରି ରଖି ଅଛି ଯେ !!


କାହ୍ନୁ ଆସୁଛିରେ ମର୍ତ୍ତ୍ୟ ଭୁବନ


କରିବ ସେହୁ ପାପୀ ବିନାଶନ


ଘଢଘଢି ଶବ୍ଦ କରେ ଗର୍ଜନ


ଅମୃତ ର ଧାରା ବର୍ଷାର ରୂପେ ସେ


ଦେବକୀ ଗର୍ଭରୁ ଜନ୍ମ ଯେ


ଘନ ଅନ୍ଧକାର ଦିଶେ ଜନ ଶୁନ୍ୟ


କାରା ଗୃହରେ ଆଲୁଅ ଯେ !!


ନରନାରୀ ତହିଁ ଅତି ଆତୁର


କାହ୍ନୁ ଆସୁଛନ୍ତି ଖୁସି ତାଙ୍କର 


ନୈବେଦ୍ୟ ଭରି ଅଛି ମନ୍ଦିର


ଜନ୍ମ ହେବେ ବୈକୁଣ୍ଠ ଠାକୁର ସେ


ଶଙ୍ଖ ହୁଳହୁଳି ପଡ଼େ ଯେ


ଘଣ୍ଟ ଓ ମୃଦଙ୍ଗ ବାଜେ ତାଳେତାଳେ


ପୁଷ୍ପ ବୃଷ୍ଟି ହୁଏ ସ୍ବର୍ଗୁ ଯେ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract