STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ଅଂଶୁଘାତ

ଅଂଶୁଘାତ

2 mins
10


ପ୍ରକୃତି ର ଦାନ ଲଭିଛି ଯେ ଜନ

     ପାଇଛି ପରମ ସୁଖ

ବିମୁଖ ଭାବନା ଭରିଛି ଯା ହୃଦେ

     ଅସରନ୍ତି ତାର ଦୁଃଖ।


ନିୟତି ବିଚାର ନୁହଁଇ ତ ଆନ

    ବୈଭବ ପ୍ରକୃତି କୋଳେ

ଅସାର ସଂସାରେ ଜୀବନ ମହାନ

    ରହିଅଛି କାଳେ କାଳେ।


ଚାରିଯୁଗେ କ୍ଷମା ନାହିଁଟି ଗୁଣୀକେ

      ବଟ ଓସ୍ତ ଛେଦନରେ

ଆପଣା ହସ୍ତରେ ଛେଦୁଛେ ଜୀବନ

     ବିଚାର ତବ କତିରେ।


ମହାମାରୀ ନୁହେଁ ଅବଶ୍ୟ ଜାଣିଛେ

   କ୍ଷଣକେ ଜୀବନ ନାଶ

ଅଂଶୁଘାତ ବୋଲି କହୁଛେ ସଭିଏଁ

   ଅଚିରେ ଜୀବ ବିନାଶ।


ଆଳସ୍ୟ ଜୀବନ କାଟୁଛେ ସଂସାରେ

    ଶୀତ ତାପ ନିୟନ୍ତ୍ରିତ

ଦୂଷିତ ସମୀର ବାୟୁ ମଣ୍ଡଳରେ

     ଜୀବନକୁ କରେ ଧ୍ୱସ୍ତ।


ବୃକ୍ଷ ହିଁ ଜୀବନ କାଗଜ କଲମେ

   ଡାକ ବାଜି ଯନ୍ତ୍ର ଡାକେ

ପ୍ରଶ୍ୱାସେ ଜୀବ ର ଅସହାୟ ପଣ

  ନିଃଶ୍ଵାସେ ମରଣ ଦେଖେ।


ବୃଷ୍ଟି ହୀନ ହୁଏ ଯେବେ ଟି ଧରା ରେ

      ଉତ୍ତପ୍ତ ମହୀ ଅବଶ୍ୟ

ଭୂମିରୁ ନିର୍ଗତ ଅଗ୍ନି ସମ ତେଜ

     ସୂରୁଜ କୋପେ ପ୍ରକାଶ।


ନିୟତି ସଙ୍ଗରେ ନିୟତ ରଖିଲେ

     ଅଂଶୁମାନ ଦେବେ କୃପା

ନୋହିଲେ ଅବଶ୍ୟ ଅଂଶୁଘାତ ଧାର୍ଯ୍ୟ

     ହେବଟି ଜୀବନେ ଜପା।


ମପା ସରିଲାଣି ଜୀବନ ସବୁରି

     ମାପିବାକୁ ପ୍ରିୟ ଜନେ

ତୁଷ୍ଟ କର ଧାତ୍ରୀ ଋଷ୍ଟ ନହେବାକୁ

      ରିଷ୍ଟ ଖଣ୍ଡନ ସୁଜ୍ଞାନେ।


ସତର୍କତା ସଦା ଅବଲମ୍ବନୀୟ

   ସତର୍କେ ଜୀବନ ଘଣ୍ଟି

ବାଣ୍ଟିବାକୁ ହୃଦେ ସତର୍କତା ବାଣୀ

  ଜୀବ ପରମ ର ସୃଷ୍ଟି।


ଜୀବ ଜଗତର ଜୀବ ସୁଲଭ ରେ

   ଜୀବନ ବଞ୍ଚାଇ ନେବା

ଅଂଶୁଘାତ ସତର୍କତା ସୂଚନା କୁ

    ସଭିଙ୍କ ହୃଦେ ବାଣ୍ଟିବା।


ଜଳ ହିଁ ଜୀବନ ଚିନ୍ତନେ ସର୍ବଦା

     ରଖି ମହତ ବିଚାର

ଜଳାଶୟ ମଧ୍ୟେ ଜଳକୁ ସାଇତି

     ଜଳ ହିଁ ଅମୃତ ସାର।


ଏକ ବିନ୍ଦୁ ରକ୍ତ ଗୋଟିଏ ଜୀବନ

     ଏକ ଗୋଟି ବୃକ୍ଷ ଦାନ

ଵିନ୍ଦୁଏ ଜଳରେ କୋଟିଏ ଜୀବନ

      ଘେନା କର ସୁଧୀଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract