STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

ଆଜି

ଆଜି

1 min
174


ଆଜି କହିଲେ ବୁଝାଏ

ବର୍ତ୍ତମାନର ସବୁ ମୁହୂର୍ତ୍ତଗୁଡିକ

ସ୍ବାଗତ କରୁଥାଏ ଆମକୁ,

ଆହ୍ଵାନ ଦେଇ 

ମନରେ ଉତ୍ସାହ ଭରିଦିଏ

ଆଗେଇବାକୁ ଆଗକୁ।

ନିଜକୁ ନିଜେ ପ୍ରସ୍ତୁତ କରି

ପାଦ ବଢାଉ

ହାତ ଲମ୍ବାଇ ଚାହୁଁ

ସେ ସମୟକୁ ଧରି ରଖିବାକୁ,

କେମିତି ଏକ ବେଖିଆଲି ଢଙ୍ଗରେ 

ଇତସ୍ତତଃ ହେଉ

ସବୁକୁ ସାଉଁଟିବାକୁ।

ଜୁଆର ଜୁଆର ହୋଇ

ମାଡି ଆସନ୍ତି ଅସରନ୍ତି ଭାବନା

ହସ ଖୁସିରେ ମଜଗୁଲ କରିବାକୁ,

ଆଲୁଅ ଅନ୍ଧାର ଖରା ଛାଇର

ଲୁଚକାଳି ଖେଳ

ଜଣେ ଜଣକୁ ଏ ଖେଳରେ ହରାଇ

ପ୍ରୟାସ କରେ ଜିତିବାକୁ।

ଜିତି ଗଲା ପରେ

ସେଇ ଖୁସିରେ ଆନନ୍ଦ 

ମନାଉଥିବା ବେଳେ

ପଡ଼େ ପୁଣି ହଠାତ୍ ହାରିବାକୁ,

ଛକାପଞ୍ଝାର ଆଜିର ଏ ବେଳ

ତାହାରି ଭିତରେ କିନ୍ତୁ

ସାଇତି ରଖୁଥାଏ କିଛି କିଛି

ପାପପୁଣ୍ୟ ଆଗାମୀ ଦିନକୁ।

ଅଦୃଶ୍ୟରେ ସେ ଜମାଟ ବାନ୍ଧୁଥାଏ

ଦାନର ପ୍ରତିଦାନ ଉପହାର ରୂପେ

ଆମ ସାମ୍ନା ଅଜାଡ଼ି ଦେବାକୁ,

କେତେବେଳେ ହସରେ ତ

କେତେବେଳେ ଲୁହରେ

ସେ ଦୁଃଖ ସୁଖରେ ବାନ୍ଧିହୋଇ ରହୁ

ଅବା ଉଦ୍ୟମ କରୁ ମୁକୁଳିବାକୁ।

ପୁଣି ଅପେକ୍ଷାରେ ଜଗି ରହୁ

ପରବର୍ତ୍ତୀର ସମୟକୁ,

ସୁଯୋଗ ନେଇ ଆସୁଥିବା

ଆଜି ଭଳି ଆଉ ଏକ ଆଜିକୁ।

  

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract