STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

ନିଷ୍ପତ୍ତିର ଚଟାଣରେ

ନିଷ୍ପତ୍ତିର ଚଟାଣରେ

1 min
140


ନିଷ୍ପତ୍ତିର ଚଟାଣରେ

ଦୃଢଭାବେ ହୋଇ ଦଣ୍ଡାୟମାନ

ନିରପେକ୍ଷ ସ୍ଵତନ୍ତ୍ର ସିଦ୍ଧାନ୍ତକୁ

ଏ ଜୀବନେ ମାନି ଚଳିବା 

ହୁଏ ଭାରି କଷ୍ଟ ଯନ୍ତ୍ରଣାଦାୟକ

ସେ ତୀକ୍ଷ୍ଣ ଖଡ୍ଗଧାର ସମ 

ଏକପଟେ ବଞ୍ଚିବାର ନିଶ୍ବାସ ପ୍ରଶ୍ବାସ

ଅନ୍ୟ ପଟେ ଅଟଳ ବିଶ୍ଵାସ

ଆତ୍ମ ଭରସା ସମର୍ପଣର ବୈରାଗ୍ୟତା

ନିର୍ମମ କଠୋର କରେ 

କୋମଳ ହୃଦୟର ବିଚାରଧାରାକୁ

ପାର୍ଥିବ ସଂସାରର ମୋହ ମାୟା

କାମନାର ଅସୀମ ଆସକ୍ତି

କରେ ଯଦି ବିଚଳିତ କି ବିଭ୍ରାନ୍ତ

ପାଦ ବଢାଇଲେ ଆଗକୁ ଅକସ୍ମାତ୍

ପଡି଼ବାକୁ ହୁଏ କଚ଼ଡ଼ା ଖାଇ 

ପରିଣାମରେ ଆଘାତ ଲାଗେ ଭୟଙ୍କର

ଲହୁଲୁହାଣରେ କ୍ଷତାକ୍ତ ହୁଏ ଅବୟବ

ହୋଇପଡ଼େ ସେ ଜଡ ସ୍ଥାଣୁ କ୍ରିୟାହୀନ

ଜଟିଳ ସମସ୍ୟାର ହୁଏ ଘୂର୍ଣ୍ଣିଝଡ଼

ପ୍ରଭାବିତ କରେ ଶାନ୍ତିର ଜୀବନଯାପନକୁ

ଆଖିରୁ ଝରି ପଡ଼େ ଧାରଧାର ଲୁହ

ଛାତିରେ ଭରିଯାଏ ଛାତିଏ କୋହ

ମନ ହୁଏ ଉତ୍ତେଜନାରେ ଭାରାକ୍ରାନ୍ତ 

ବିବଶତା କରେ ମ୍ରିୟମାଣ

ଏ ନିଷ୍ପତ୍ତିର ଚଟାଣରେ ରଖିବାକୁ ହୁଏ

ସଦାସର୍ବଦା ନିଜେ ନିଜର ଭାରସାମ୍ୟତା 

ପ୍ରିୟାପ୍ରୀତି ସ୍ବାର୍ଥ ହୀନ ପ୍ରବୃତ୍ତି

ସ୍ତ୍ରୀ ପୁତ୍ର କନ୍ୟା ଆତ୍ମୀୟଜନଙ୍କ 

ପକ୍ଷ ନେଲେ ନ ଭାବିଚିନ୍ତି ଧ୍ରୃତରାଷ୍ଟ୍ରଙ୍କ ପରି 

ହୁଏ ମହାଭାରତର ମହାସଂଗ୍ରାମ

ଅବା ଜଳେ ବିପ୍ଳବର ବହ୍ନି

ସେ ଜାଳିପୋଡ଼ି ଦିଏ କାହାକୁ ନ ଚିହ୍ନି

ଭବିଷ୍ୟତ ପାଇଁ କରେ ଉତ୍ତରଦାୟୀ

ପ୍ରତିଷ୍ଠା ପ୍ରତିପତ୍ତି ହୁଏ ଧରାଶାୟୀ

ଇଚ୍ଛାମୃତ୍ୟୁ ପାଇଥିଲେ ବି ଭୀଷ୍ମଙ୍କ ପରି 

ଶୋଇବାକୁ ହୁଏ ଶରଶଯ୍ୟାରେ

କେବଳ ରହିଥାଏ ଅନ୍ତର ଭିତରେ

ଅନ୍ତର୍ଦାହ ଅନୁଶୋଚନାର ତିକ୍ତଭାବ

ସମୟ ପାଖରେ ହୋଇ ଅନୁନୟ ବିନୟ

କ୍ଷମା ପ୍ରାର୍ଥନା କରୁଥିଲେ ବି ବାରମ୍ବାର

ସେ ସମୟ କରି ପାରେନା 

କିଛି ଆଶୁ ସମାଧାନ ଦେବାକୁ ସାନ୍ତ୍ଵନା

ମିଳେନା ଶାନ୍ତି ମୁକ୍ତି ତୃପ୍ତି

ଅନ୍ତଃସ୍ଵର କହେ ସୁଧୁରି ଯାଅ ଆଗକୁ

ନିୟନ୍ତ୍ରଣ କରି ରଖ ନିଜକୁ

ଏ ନିଷ୍ପତ୍ତିର ଚଟାଣରେ ।




Rate this content
Log in

Similar oriya poem from Tragedy