STORYMIRROR

Baijayantimala Mahapatra

Abstract

3  

Baijayantimala Mahapatra

Abstract

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
217


ସରସ ସୁନ୍ଦର ସରଳ ଜୀବନ

ସମ୍ପର୍କର ନଦୀ ତୀରେ

ସମ୍ପର୍କ ବିହୁନେ ଜୀବନଟି ଶୂନ୍ୟ

ଖାଲି ନିରସତା ଭରେ

ସମ୍ପର୍କ ଟି ସିନା ସୁନାବିକ,

ଜୀବନ ନଉକା ସହଜରେ ଚାଲେ

ପାଶେ ଥିଲେ ସିଏ ଠିକ ll


ସୁଖ ଦୁଃଖ ଆଉ ହର୍ଷ ଉଲ୍ଲାସରେ 

ସମ୍ପର୍କ ସାଥିରେ ଥିଲେ

ନିରନ୍ତର ମିଳେ ସେନେହ ସରାଗ

ଦୁଃଖ ଦୂର ହୁଏ ଭଲେ

ସମ୍ପର୍କଟି ସିନା ଦିଏ ବୁଦ୍ଧି

ସମ୍ପର୍କ ଅଛି ତ ସବୁ ଅଛି ପାଶେ

ସବୁ କାର୍ଯ୍ୟ ହୁଏ ସିଦ୍ଧି ll


ପିତା ମାତା ଭାଇ ଭଗିନୀ ଦୁହିତା

ଜାୟା ପତି ପୁତ୍ର ସଖା

ରୂପରେ ସମ୍ପର୍କ ସାହା ହୋଇଥାଏ

କେହି ନ ଦେଲେ ବି ଦେଖା

ସମ୍ପର୍କର ବିନା ସବୁ ନିଃଶ୍ବ

ବିଶ୍ୱାସେ ଅମୃତ ପରି ସମ୍ପର୍କଟି

ଅବିଶ୍ବାସେ ଲାଗେ ବିଷ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract