STORYMIRROR

Biswajit Sahoo

Abstract

3  

Biswajit Sahoo

Abstract

ନାହିଁ ଆଜି

ନାହିଁ ଆଜି

1 min
183

ନାହିଁ ଆଜି ତୃଷ୍ଣା ବୈଶାଖ ତାତିରେ,

ନାହିଁ ଆଜି ତୃପ୍ତି , ଏ ଶ୍ରାବଣର ଶୀତଳ ସ୍ପର୍ଶରେ,

ନାହିଁ ଆଜି ଉନ୍ମାଦନା, ଆଶ୍ଵିନର‌ ପାର୍ବଣରେ,

ନାହିଁ ଆଜି ସେ ଜହ୍ନର ଜୋଛନା, କାର୍ତ୍ତିକର ଆକାଶରେ,

ନାହିଁ ଆଜି ଆଉ ମାଟିକାନ୍ଥେ ଝୋଟି ମାର୍ଗଶିର ଗୁରୁବାରେ,

ନାହିଁ ଆଜି ଫଗୁ ଫାଲଗୁନ ଦୋଳରେ,

ନାହିଁ ଆଜି ସ୍ବର ଜୀବନ ସଙ୍ଗୀତରେ,

ନାହିଁ ଆଜି ସ୍ବପ୍ନ ଏ ଆହତ ଆଖିରେ,

ନାହିଁ ଆଜି ସ୍ପନ୍ଦନ ଭଙ୍ଗା ହୃଦୟରେ,

ନାହିଁ ଆଜି ଅର୍ଥ ମରି ମରି ବଞ୍ଚିବାର ଅଭିନୟ କରିବାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract