STORYMIRROR

Biswajit Sahoo

Inspirational Others Children

3  

Biswajit Sahoo

Inspirational Others Children

ବିଜୟ ଶଙ୍ଖ

ବିଜୟ ଶଙ୍ଖ

1 min
224


ପୁରୁଣା ଗୌରବ ଫେରାଇ ଆଣିଛି,

ଭାରତୀୟ ହକି ଦଳ,

ବିଶ୍ଵ ଦରବାରେ ଦେଖାଇ ନିଜର,

ଶତଚେଷ୍ଟା,ବାହୁବଳ।


କ୍ରୀଡା ମହାକୁମ୍ଭ ଅଲମ୍ପିକ୍ସ ଠାରେ,

ଜର୍ମାନୀକୁ ମାତ୍ ଦେଇ,

ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଅଛି,

କାଂସ୍ୟ ପଦକକୁ ପାଇ।


ଜାତୀୟ ଖେଳର ସ୍ବର୍ଣ୍ଣିମ ପୃଷ୍ଠାରେ,

ଆଉ ଏକ ସଫଳତା,

ସବୁ ଖେଳାଳିଙ୍କୁ ହୃଦୟ କୋଣରୁ,

ଶତ ଶତ କୃତଜ୍ଞତା।


ଚାରି ଦଶନ୍ଧିର ନୀରବତା ପରେ,

ଶୁଭିଛି ବିଜୟ ଶଙ୍ଖ,

ବିଶ୍ଵ ଆକାଶରେ ଦୃଶ୍ୟମାନ ଆଜି,

ତ୍ରିରଙ୍ଗାର ତିନି ରଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational