Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational

3  

Bidutprabha Mishra

Inspirational

ରାଗିଗଲେ ତୁ

ରାଗିଗଲେ ତୁ

1 min
141



ରାଗିଗଲେ ମୁହଁ ପଳାଶ ଫୁଲ ତୋ 

ହସିଲେ ପୁନେଇଁ ଜହ୍ନ 

ଅନୁପମ ତୁ ରୁପସୀ ଲୋ ଗୋରୀ

ମନରେ ରଖିଛୁ ଚିହ୍ନ l


ଦେଖିଦେଲି ଯେବେ ମନ ଦେଇଦେଲି

ପାରିଲିନି ଆଉ ଭୁଲି 

ରାଗିବାଟା ଜମା ଉଚିତ ନୁହଁଇ

ହସି ଦେଲୋ ମନ ଖୋଲି l


ହସ ଖୁସି ମନେ ସଂସାର କରିଲେ

ଜୀବନ ଭଲରେ କଟେ 

ରାଗ ୠଷା ଆଉ ଅଭିମାନ କଲେ

ସଂସାର ଭୁଇଁରେ ଲୋଟେ l


ସଂସାର ଗାଡିର ଆମେ ଦୁଇ ଚକ

ମିଳିମିଶି ଯାଏ ଗଡି 

ଜଣେ ରାଗିଗଲେ ସଂସାର ଗାଡ଼ିରେ 

ବ୍ରେକ ଟି ଯାଏ ପଡି l


ତୋ ମୁହଁର ହସ ଦିଏ ଆତ୍ମବଳ

ସାଂସାରି ଜୀବନ ପାଇଁ 

ଛୋଟ ଛୋଟ ଯେତେ ବାଧା ବିଘ୍ନ ସବୁ

ଯାଇ ଥାଏ ଦୂର ହୋଇ l


ସଂସାରର ସବୁ ଧନ ରତ୍ନ ଠାରୁ

ସ୍ନେହ ପ୍ରେମ ବଳିୟାନ 

ସ୍ୱାମୀ ସ୍ତ୍ରୀ ପ୍ରେମ ପବିତ୍ର ଅଟଇ

କେ ହେବ ତାର ତୁଳନ l


ଗୋଲାପ ଦିବସେ ରକ୍ତ ଗୋଲାପ

ଆଣିଛି ତୋହରି ଲାଗି 

ହସିଦେ ଗୋରୀ ସବୁ ରୋଷ ଭୁଲି

ମୁଁ ତୋହର ପ୍ରେମ ଯୋଗୀ ll



Rate this content
Log in

Similar oriya poem from Inspirational