STORYMIRROR

Bidutprabha Mishra

Inspirational Others

4  

Bidutprabha Mishra

Inspirational Others

ଆମେ ଗୋଟିଏ ପଥର ଯାତ୍ରୀ

ଆମେ ଗୋଟିଏ ପଥର ଯାତ୍ରୀ

1 min
238


ଗୋଟିଏ ପଥର ଯାତ୍ରୀ ରେ ଆମେ

ଏକ ମନ ଏକ ପ୍ରାଣ,

ସାଥି ହୋଇ ଯଦି ପଥ ଚାଲୁଥିବା

ଆସିବନି ବାଧା ବିଘ୍ନ l

ଜନ୍ମରୁ ଆରମ୍ଭ ସଂସାରର ପଥ 

ମୃତ୍ୟୁ ରେ ହୋଇବ ଶେଷ,

ସାଥି ଟିଏ ଥିଲେ ଆଶ୍ୱାସନା ମିଳେ

ରହେନାହିଁ ଅବଶୋଷ l

ଏକା ଏକା ହୋଇ ପଥ ଚାଳୁଥିଲେ

ଲାଗୁଥିବ ଲମ୍ବା କେତେ,

ଦୁଃଖ ସୁଖ ହୋଇ ସମୟ କାଟିଲେ

କେତେ ଖୁସି ଲାଗେ ସତେ l

ଯେତେ ଖାଲ ଢିପ ବଙ୍କା ତେଢା ରାସ୍ତା

ଆସୁ ପଛେ କର୍ମ ପଥେ,

ଦୂର ହୋଇଯାଏ ସବୁ ଅସୁବିଧା

ଥିଲେ ଜଣେ ଆମ ସାଥେ l

ଏକ ସଙ୍ଗେ ରହି ଦୁଃଖ ସୁଖ ସହି

କାଟିଲେ ଜୀବନ କାଳ,

ବିପଦ ଆସିଲେ ହାତ ମିଳାଇଲେ

ଏକତାହିଁ ହେବ ବଳ l

ଜୀବନ ହେଉ ଵା ଯେଉଁ କର୍ମ ହେଉ

 ବନ୍ଧୁ ରହିଲେ ସାଥିରେ 

ଜଣା ପଡେ ନାହିଁ ଦୁଃଖ ସୁଖ କିଛି

କାମ ହୁଏ ସହଜରେ ll

କେହି ଯଦି ନାହିଁ ପାଶରେ ଆମରି

ପ୍ରଭୁଙ୍କୁ କରିବା ଆଶ୍ରା,

ତାଙ୍କ ହାତ ଯଦିମଥା ପରେ ଥାଏ 

ପୂର୍ଣ୍ଣସବୁ ଅଭିଳାଷା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational