Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଥକ୍କା ସୂରୁଜ

ଥକ୍କା ସୂରୁଜ

1 min
9



କୁହୁଡି ପ୍ରାବଲ୍ୟ କରିଛି ଦୁର୍ବଳ

ସୂର୍ଯ୍ୟଙ୍କ ତେଜକୁ ଆଜି,

ଢାଙ୍କିଦେଇଅଛି ଧୂମ୍ର ର ଚାଦର

ମାୟାବିନୀ ସିଏ ସାଜି l

ଧରାପୃଷ୍ଠ ଛୁଇଁ ମେଘ ଭ୍ରମ ଆଣେ

ଦିନକୁ ବି ରାତିକରେ,

ଥକ୍କା ନେଉଥାନ୍ତି ସତେବା ସୂରୁଜ

ତାରି ପଣତ ତଳେ l

ଧରଣୀ ରାଣୀର ବଇରୀ ସାଜଇ

ମାତୃ ହୃଦୟତା ଭିଜେ,

ଉଦ୍ଭିଦ ଠାରୁ ପଶୁ ପକ୍ଷୀଯାଏଁ

ସୂର୍ଯ୍ୟକିରଣ କୁ ଖୋଜେ l

ସୂର୍ଯ୍ୟ ଙ୍କ ଗତି ଦକ୍ଷିଣାୟନ ଯେଣୁ 

ତେରେଛା କିରଣ ପଡେ,

ବିଳମ୍ବେ ଆସନ୍ତି ଧୀର ପଦ ପାତେ 

ଚଞ୍ଚଳ ପଶ୍ଚିମେ ବୁଡ଼େ l

କଢ଼ିଟିଏ ପ୍ରାତେ ଫୁଟିବା ପାଇଁକି

କିରଣ କୁ ଥାଏ ଚାହିଁ,

କଅଁଳପାଖୁଡା କୁହୁଡି ମାଡ଼ରେ

ଯାଏତାର ମୋଡିହୋଇ l

ପ୍ରଜାପତି ଆଦି ପତଙ୍ଗ ଯେତେକ 

ଡେଣା ବସି,ଝାଡୁଥାନ୍ତି,

ଭିଜା ଭିଜା ତାଙ୍କ ନରମ ଦେହକୁ 

ଉତ୍ତାପ ଟିକେ ଖୋଜନ୍ତି l

କୀଟ ପତଙ୍ଗ ଠୁଁ ମାନବ ଙ୍କ ଯାଏଁ

ସୂର୍ଯ୍ୟ ଠୁଁ ପାଆନ୍ତି ବଳ,

ଆଳସ୍ୟତା ଆଣେ ସଭିଙ୍କ ଜୀବନେ

ନିଦ୍ରା ର ମାତ୍ରା ପ୍ରବଳ l

ପ୍ରଦୂଷଣମାତ୍ରା ବଢାଏ କୁହୁଡି

ଆଜିକାଲି ସବୁଠାରେ,

ସହର ଠାରୁଗ୍ରାମାଞ୍ଚଳ ଯାଏଁ

କବଳିତ ତା ମାୟାରେ l

ଧୂଳି ଧୂଆଁ ସାଥେ ଜଳୀୟ ବାଷ୍ପର

ମିଶ୍ରଣ ଯେବେହୁଅଇ,

ଘନ କୁହୁଡିର ସୃଷ୍ଟି ହୋଇଥାଏ

ବିଜ୍ଞାନ ଆମ କୁହଇ l

ମକର ସଂକ୍ରାନ୍ତି ପରେ ଯେବେ ସୂର୍ଯ୍ୟ

ଉତ୍ତରାଭିମୁଖି ହେବେ,

ବଳହୀନ ହେବ ଅଂଶୁମାନ ପାଶେ

କଜ୍ଝଟିକା ଟି ତ ତେବେ l

ଥକ୍କା ପଣ ଛାଡି ସୂରଜ ଢାଳିବେ

ତାଙ୍କ ଆଲୋକର ଧାରା,

ଦିନ ବଡ଼ ହୋଇ ରାତ୍ରୀ କମିଯିବ

ଏହା  ଋତୁ ଚକ୍ର ପରା ll



Rate this content
Log in

Similar oriya poem from Inspirational