Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ରହସ୍ୟ

ରହସ୍ୟ

1 min
249



ରହସ୍ୟ ମୟ ଏ ଜଗତର ସୃଷ୍ଟି

ସହଜେ ହୁଏନି ବୁଝି,

ପୃଥିବୀ ଗ୍ରହରେ କେତେ ଜାତି ଜୀବ

ପ୍ରଭୁ ଦେଇଛନ୍ତି ସୃଜି ।


ସବୁ ଜୀବ ପାଇଁ ଖାଦ୍ୟ ଖଞ୍ଜିଛନ୍ତି

ଯିଏ ଖୋଜେ ଯେଉଁମତେ,

କିଏ ରହେଜଳେ କିଏ ସ୍ଥଳେ ପୁଣି

କେ ଉଡେ ଆକାଶ ପଥେ ।


ମଞ୍ଜି ରୁ ହୁଅଇ ବିରାଟ ଉଦ୍ଭିଦ

ଅଣ୍ଡା ଟି ଭିତରେ ଜୀବ 

ଶାମୁକା ଭିତରେ ମୋତି ର ସୃଷ୍ଟି

ଚକିତ ଦେଖି ସରବ ।


ମୃଗ ର ନାଭିରୁ କସ୍ତୁରୀ ର ସୃଷ୍ଟି

ଗାଇ ଦେହେ ଗୋରଚନା,

ଗଜ ମାଥେ ଥାଏ ଗଜର ମୁକୁତା

ବିଚିତ୍ର ସବୁ ସର୍ଜନା ।


ସର୍ପ ର ମଥାରେ ମଣି ରହିଥାଏ

କୋଇଲା ରୁ ହୀରା ସୃଷ୍ଟି,

ବିଚିତ୍ର ମୟ ଅଟେ ଏ ସଂସାର

ଗଢିଛନ୍ତି ପରମେଷ୍ଟି ।


ପୃଥିବୀ ଘୁରୁଛି ସୂର୍ଯ୍ୟ ଚାରିପଟେ

ପୁଣି ଗ୍ରହ ଉପଗ୍ରହ,

ଅଦୃଶ୍ୟ ଶକ୍ତିର ଇଙ୍ଗିତେ ଘୁରନ୍ତି

ଲାଗଇ ସବୁ ବିସ୍ମୟ ।


ଏକା ଦିନେ ଜାତ ହୋଇଲେବି ଶିଶୁ

ଅଲଗା ରୂପ ଓ ଗୁଣ,.

କିଏ ରାଜା ଘରେ ଜନ୍ମ ହେଲା ବେଳେ

କେ ଦୁଃଖେ କାଟେ ଜୀବନ ।


ବୁଝି ନପାରି ଏ ବିଚିତ୍ର ବିଶ୍ୱକୁ

ଯୋଡି ଦେଉ ଆମେ କର,

ସକଳ ସୃଷ୍ଟିର ମୂଳରେ ତ ତୁମେ

ହେ ପ୍ରଭୁ ପରମେଶ୍ୱର ।



Rate this content
Log in

Similar oriya poem from Inspirational